Categories: ଜାତୀୟ

ନୁସ୍‌ରତଙ୍କ ସମସ୍ୟା ବଢ଼ିଲା

ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍‌ସି ଏମ୍‌ପି ନୁସ୍‌ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ ଲାଗିଛି। ଶଙ୍ଖା ସିନ୍ଦୂର ପିନ୍ଧି ଜଣେ ବ୍ୟକ୍ତିଙ୍କୁ ସ୍ବାମୀ ମାନିବା ପରେ ନିଜକୁ ଅବିବାହିତା କହି ଦେଇ ନୁସ୍‌ରତ ଭାରତୀୟ ସଂସ୍କୃତିକୁ ଅପମାନିତ କରିଥିବା ପଶ୍ଚିମବଙ୍ଗର ଭାଜପା ସଭାପତି ଦିଲୀପ ଘୋଷ ସମାଲୋଚନା କରିଛନ୍ତି। ଏଥିସହ ନୁସ୍‌ରତ ପାର୍ଲାମେଣ୍ଟରେ ମିଥ୍ୟା ପ୍ରମାଣପତ୍ର ରଖିଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ଓମ୍‌ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭାଜପା ଏମ୍‌ପି ସଂଘମିତ୍ରା ମୌର୍ଯ୍ୟ ଚିଠି ଲେଖିଛନ୍ତି। ତୁର୍କୀ ରୀତିନୀତି ଅନୁଯାୟୀ ବିବାହ ହୋଇଥିବାରୁ ଭାରତରେ ତାହାକୁ ‘ଲିଭ୍‌-ଇନ୍‌’ ରିଲେଶନ କୁହାଯିବ ବୋଲି ଜୁନ ୯ରେ ନୁସ୍‌ରତ କହିଥିଲେ। ନୁସ୍‌ରତ ଏବେ ଗର୍ଭବତୀ ଥିବାବେଳେ ପିଲାର ବାପା ସେ ନୁହନ୍ତି ବୋଲି ନିଖିଲ ପୂର୍ବରୁ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.