ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ପ୍ରଥମ ସେସନରେ ୪ ଉଇକେଟ ନେଇ ମ୍ୟାଚ୍କୁ ଫେରିଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍ ଇଣ୍ଡିଆ ୭ ଉଇକେଟ ହରାଇ ୨୧୧ ରନ୍ କରିଛି।
ପୂର୍ବ ଦିନର ସ୍କୋର ୧୪୬/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଅଧିନାୟକ ବିରାଟ କୋହଲି (୪୪)ଙ୍କ ରୂପେ ବଡ଼ ଝଟ୍କା ଲାଗିଥିଲା। ତାଙ୍କୁ ଆଉଟ୍ କରି ଭାରତୀୟ ଦଳ ଉପରେ ଚାପ ପକାଇଥିଲା ନ୍ୟୁଜିଲାଣ୍ଡ। ଯାହା ଫଳରେ ଫେଲ୍ ମାରିଥିଲେ ରିଷଭ ପନ୍ତ (୪)। କ୍ରିଜରେ ଜମି ସାରିଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୪୯)ଙ୍କୁ ଚତୁରତାର ସହ ଶର୍ଟ ପିଚ୍ ବଲରେ ଶିକାର କରିଥିଲେ ନେଲ ଓ୍ବାଗନର। ତା’ପରେ ଆଟାକିଂ ବ୍ୟାଟିଂ କରୁଥିବା ରବିଚନ୍ଦ୍ରନ ଅଶ୍ୱିନ (୨୨) ମଧ୍ୟ ପ୍ୟାଭିଲିଅନ ଫେରିଛନ୍ତି। ଏବେ ରବୀନ୍ଦ୍ର ଜାଡେଜା (୧୫) ଓ ଇଶାନ୍ତ ଶର୍ମା (୨) କ୍ରିଜରେ ଅଛନ୍ତି। ନ୍ୟୁଜିଲାଣ୍ଡ ପାଇଁ କାଇଲ ଜାମିଶନ ୩ ଉଇକେଟ ନେଇଥିବାବେଳେ ଓ୍ବାଗନର ୨ଟି ଉଇକେଟ ହାତେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.