Categories: ଜାତୀୟ

ଭାରତୀୟ ଆଇନକୁ ପାଳନ କର

ନୂଆଦିଲ୍ଲୀ, ୧୯।୬: ଭାରତୀୟ ଆଇନ ଓ ନିୟମାବଳୀକୁ ଅନୁପାଳନ କରିବା ଲାଗି ସଂସଦୀୟ କମିଟି ଶୁକ୍ରବାର ଟୁଇଟର ଇଣ୍ଡିଆକୁ କଡ଼ା ବାର୍ତ୍ତା ଦେଇଛି। ନୂଆ ଆଇଟି ନିୟମାବଳୀକୁ ନେଇ କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଶୁକ୍ରବାର ଉକ୍ତ ମାଇକ୍ରୋବ୍ଲଗିଂ ସାଇଟ୍‌ର ଅଧିକାରୀମାନେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନେତୃତ୍ୱାଧୀନ ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ଟୁଇଟର ନିଜ ନୀତିକୁ ପାଳନ କରୁଥିବା ଏହାର ପ୍ରତିନିଧି ସୂଚନା ଓ ପ୍ରଯୁକ୍ତି ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ କହିଥିଲେ। ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପ୍ରସଙ୍ଗରେ ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ହାଜର ହେବା ଲାଗି କୁହାଯାଇଥିଲା। ତୁରନ୍ତ ନୂଆ ଆଇଟି ନିୟମାବଳୀ ଅନୁପାଳନ କରିବା ଲାଗି ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର ଟୁଇଟରକୁ ଶେଷ ସୁଯୋଗ ଦେଇଥିଲେ। ଯଦି ଉକ୍ତ ଓ୍ବେବ୍‌ସାଇଟ ନିୟମାବଳୀ ଅନୁପାଳନ କରିବାରେ ବିଫଳ ହୁଏ, ତେବେ ଏହା ଆଇଟି ଆଇନରେ ଉତ୍ତରଦାୟିତ୍ୱରୁ ମୁକ୍ତି ସୁଯୋଗ ହରାଇବ ବୋଲି ସତର୍କ କରିଦିଆଯାଇଥିଲା। ପ୍ଲାଟ୍‌ଫର୍ମର ଅପବ୍ୟବହାର ଏବଂ ନାଗରିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ଟୁଇଟରକୁ ସମନ କରିଥିଲା। ଟୁଇଟର ଇଣ୍ଡିଆର ପବ୍ଲିକ୍‌ ପଲିସୀ ମ୍ୟାନେଜର ଶଗୁଫ୍‌ତା କମ୍ରାନ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର ଶୁକ୍ରବାର ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ମାଇକ୍ରୋବ୍ଲଗିଂ ସାଇଟ୍‌ ଭାରତୀୟ ଆଇନକୁ ମାନୁଛି କି ବୋଲି କମିଟି ପ୍ରଶ୍ନ କରିବାରୁ ସେମାନେ ନିଜ ନୀତି ଅନୁଯାୟୀ କାର୍ଯ୍ୟ କରୁଥିବା କହିଥିଲେ। ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେବା ପାଇଁ କେତେଜଣ କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ରହିଛନ୍ତି ବୋଲି କମିଟି ଜାଣିବାକୁ ଚାହିଁଥିଲା। ଭାରତୀୟ ଆଇନ ସବୁଠୁ ଊର୍ଦ୍ଧ୍ୱରେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଅନୁପାଳନ କରିବାକୁ ହେବ ବୋଲି ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ସଂସଦୀୟ କମିଟି କହିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.