Categories: ଖେଳ

୧୮ ବର୍ଷରୁ କମ୍‌ ଜାତୀୟ ଚେସ୍‌ରେ ଓଡ଼ିଶାରୁ ୮ ଭାଗନେବେ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟ ୧୮ ବର୍ଷରୁ କମ୍‌ ବାଳିକା ଏବଂ ଓପନ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏହାର ବାଳିକା ବର୍ଗରେ କଟକର ଅଙ୍କିତା ସାହୁ ଚାମ୍ପିୟନ ଏବଂ ଖୋର୍ଦ୍ଧାର ୟାଶିତା ରାଉତ ରନର୍ସଅପ୍‌ ହୋଇଛନ୍ତି। ସେହିପରି ଓପନ ବର୍ଗରେ ପୁରୀର ଜଗଦୀଶ ବାରିକ ଚାମ୍ପିୟନ ଏବଂ ଖୋର୍ଦ୍ଧାର ମନୀଷ କୁମାର ରନର୍ସଅପ୍‌ ହୋଇଛନ୍ତି। ଏହି ୪ ଜଣଙ୍କ ସମେତ ମହିଳା ଫିଡେ ମାଷ୍ଟର ଖୋର୍ଦ୍ଧାର ସାଇନା ସାଲୋନିକା, ଅନ୍ୟତମ ଖୋର୍ଦ୍ଧା ଖେଳାଳି ମହିତୋଷ ଦେ, କଟକର ହର୍ଷିତ ରଞ୍ଜନ ସାହୁ ଏବଂ ଢେଙ୍କାନାଳର ସୂର୍ଯ୍ୟପ୍ରଞ୍ଜଳ ଇନ୍ଦ୍ରଜିତ ଏସ୍‌.ପି. ୧୮ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟୋର୍ନେଲୋ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ୪୬ ବାଳକ ଏବଂ ୧୯ ବାଳିକା ଭାଗ ନେଇଥିଲେ। ବାଳକ ବିଭାଗରେ ୬ ଏବଂ ବାଳିକାରେ ୫ ରାଉଣ୍ଡ ଖେଳ ହୋଇଥିଲା। ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ଜାତୀୟ ପ୍ରତିଯୋଗିତା ଟୋର୍ଲେନୋ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବାଳିକା ବିଭାଗରେ ଟପ୍‌-୧୦ ଫିନିଶ୍‌ କରି ପୁରସ୍କାର ହାସଲ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ଅନିଷ୍କା ପାଣ୍ଡେ, ସୁହାନା ଜେନା, ପି. ସାଇରୂପା, ବିଜୟଲକ୍ଷ୍ମୀ ବାରିକ, ନମସ୍ୟା ନଳିନୀ, ଅନନ୍ୟା ଅନାମିକା, ଦୃଷ୍ଟି ପ୍ରଧାନ ଏବଂ ସାଞ୍ଚତ୍ ସାହୁ। ସେହିପରି ଓପନ ବିଭାଗରେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଥିବା ଖେଳାଳିମାନେ ହେଲେ ଆର୍ଯ୍ୟନ ଅର୍ଣ୍ଣବ ସାମନ୍ତରାୟ, ହର୍ଷିତ ରଞ୍ଜନ ସାହୁ, ସମ୍ବିତ ପଣ୍ଡା, ଓମ୍‌ ଆଦିତ୍ୟ ଖାଡ଼ଙ୍ଗା, ଫିଡେ ମାଷ୍ଟର ମହୀତୋଷ ଦେ, ଶ୍ରୀୟାଂଶ ଦାସ, ପ୍ରିୟାଂଶ ଦାସ ଏବଂ ସତ୍ୟମ୍‌ ନାୟକ। ରାଜ୍ୟ ୧୬ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଆରମ୍ଭ ହୋଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.