ମଣ୍ଟମେଲୋ(ସ୍ପେନ୍),୭ା୬(ଏପି)-ମିଗୁଏଲ ଓଲିଭିଏରା କାଟାଲୋନିଆ ଜିପି ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ମୋଟୋ ଜିପିି ବିଜୟ। ପ୍ରାୟ ୨୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏ‘ହି ରେସ୍ ଅନୁଷ୍ଠିତ ହୋଇଥିଲା। କରୋନା ଭାଇରସ୍ ମହାମାରୀ ଆବିର୍ଭାବ ପରଠାରୁ ସ୍ପେନ୍ରେ କୌଣସି କ୍ରୀଡ଼ା ଇଭେଣ୍ଟରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ମିଳି ନ ଥିଲା। ବାର୍ସିଲୋନା କାଟାଲୁନ୍ୟା ସର୍କିଟ୍ରେ କାଟାଲୋନିଆ ଜିପି ଦେଖିବାକୁ ଆସିଥିବା ଦର୍ଶକଙ୍କ ସଂଖ୍ୟା ୧୯,୩୫୨ ରେକର୍ଡ କରାଯାଇଛି। ଶୁକ୍ରବାର ମାଡ୍ରିଡ୍ସ୍ଥିତ ଓ୍ବାଣ୍ଡା ମେଟ୍ରୋପଲିଟାନୋ ଷ୍ଟାଡିୟମରେ ପର୍ତ୍ତୁଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଦେଖିବା ଲାଗି ପାଖାପାଖି ୧୫,୦୦୦ ଦର୍ଶକ ଆସିଥିଲେ। କରୋନା ମହାମାରୀ ଯୋଗୁ ସମଗ୍ର ସ୍ପେନ୍ରେ ଇଭେଣ୍ଟଗୁଡ଼ିକ ଦେଖିବା ଲାଗି ସ୍ବଳ୍ପ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳୁଛି। ରବିବାର ରେସ୍ ପାଇଁ ଖେଳପ୍ରେମୀମାନଙ୍କୁ ୮ସେକ୍ଟରରେ ବିଭକ୍ତ କରାଯାଇଥିଲା। ପ୍ରତିଟିରେ ସର୍ବାଧିକ ୩,୦୦୦ ଦର୍ଶକ ରହିପାରିବେ। ରେଡ୍ବୁଲ୍ କେଟିଏମ୍ ଟିମ୍ର ପର୍ତ୍ତୁଗୀଜ୍ ରାଇଡର ଓଲିଭିଏରା ଯଥାକ୍ରମେ ଜୋହାନ ଜାର୍କୋ ଓ ଜ୍ୟାକ୍ ମିଲରଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କର୍ନର କଟିଂ ପାଇଁ ୩ ସେକେଣ୍ଡ ପେନାଲ୍ଟି ଯୋଗୁ ପୋଲ୍ ପୋଜିଶନ ହାସଲ କରିଥିବା ଫାବିଓ କ୍ୱାର୍ଟାରାରୋ ଚତୁର୍ଥ ସ୍ଥାନକୁ ଖସି ଆସିଥିବାବେଳେ ମିଲର ଅନ୍ତିମ ପୋଡିୟମ ସ୍ଥାନ ଅଧିକାର କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.