Categories: ଖେଳ

ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍‌ନିଲ ୫ବର୍ଷ ବାସନ୍ଦ

ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍‌ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ ୨୦୨୪ ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଡୋପିଂ କଣ୍ଟ୍ରୋଲ ସାମ୍ପଲ୍ସର ରେଜଲ୍ଟ ମ୍ୟାନେଜମେଣ୍ଟ ପ୍ରୋସେସ୍‌ରେ ଟ୍ୟାମ୍ପରିଂ ପାଇଁ ଆମେରିକାର ଏହି ଆଥ୍‌ଲେଟ ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ବାସନ୍ଦ ହୋଇଥିବା ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) କହିଛି। ୨୯ବର୍ଷୀୟ ହର୍ଡଲ୍ସ ଧାବକ ବାସନ୍ଦ ଦଣ୍ଡ ୨୦୨୪ ପର୍ଯ୍ୟନ୍ତ ରହିବ। ସେତେବେଳକୁ ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଯାଇଥିବ। ତେବେ ରୋଲିନ୍ସମ୍ୟାକ୍‌ନିଲ ଯେପରି ଆସନ୍ତା ମାସରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବେ ସେଥିପାଇଁ ଅପିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ଠାରୁ ସେ ଏକ ମଧ୍ୟବର୍ତ୍ତିକାଳୀନ ରାୟ ଚାହିବେ। ଯାହାଫଳରେ ସେ ଚଳିତ ମାସରେ ୟୁଏସ୍‌ ଅଲିମ୍ପିକ୍‌ ଟ୍ରାଏଲରେ ଭାଗ ନେଇପାରିବେ। ତାଙ୍କ ପୂର୍ଣ୍ଣାଙ୍ଗ ଅପିଲର ଶୁଣାଣି ଜୁଲାଇ ୨୩ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ହେବ ବୋଲି ଏଆଇୟୁ କହିଛି। ମେଡିକାଲ ରେକର୍ଡ ସମ୍ପର୍କିତ ହୋଇଥିବାରୁ ଗୋପନୀୟତା ଦୃଷ୍ଟିକୋଣରୁ ଏଆଇୟୁ ଏହି ଡୋପିଂ ମାମଲାର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିନାହିଁ।
ଡୋପିଂ ଟେଷ୍ଟକୁ ଏଡାଇ ଯାଇଥିବାରୁ ରୋଲିନ୍ସମ୍ୟାକ୍‌ନିଲ ଏକ ବର୍ଷ ବାସନ୍ଦ ହେବାରୁ ସେ ୨୦୧୭ ସିଜନରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ। ତାଙ୍କ କ୍ୟାରିୟର ଶ୍ରେଷ୍ଠ ଟାଇମିଂ ହେଉଛି ୧୨.୨୬ ସେକେଣ୍ଡ। ଇଭେଣ୍ଟର ଇତିହାସରେ ସେ ୪ର୍ଥ ଦ୍ରୁତତମ ମହିଳା ବିବେଚିତ ହୋଇଛନ୍ତି। ସେ ମସ୍କୋସ୍ଥିତ ୨୦୧୩ ବିଶ୍ୱଚାମ୍ପିୟନଶିପ୍‌ରେ ୧୦୦ମିଟର ହର୍ଡଲ୍ସ ଟାଇଟଲ ମଧ୍ୟ ଜିତିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.