ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଆଥଲେଟ୍ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିବେ। ହୁବାର୍ଡଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ। ଗେମ୍ସରେ ସେ ସବୁଠାରୁ ବୟସ୍କା ଭାରୋତ୍ତୋଳିକା ବିବେଚିତ ହେବେ। ଅଗଷ୍ଟ ୨ ବେଳକୁ ମହିଳା ୮୭ କେଜି (୧୯୨ ପାଉଣ୍ଡ)ରୁ ଊର୍ଦ୍ଧ୍ୱ କାଟାଗୋରି ପ୍ରତିଯୋଗିତା ପାଇଁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିବେ। ହୁବାର୍ଡ ୨୦୧୭ ବିଶ୍ୱଚାମ୍ପିୟନଶିପ୍ରେ ରୌପ୍ୟ, ସାମୋଆରେ ୨୦୧୯ ପ୍ୟାସିଫିକ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୧୮ରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ। କିନ୍ତୁ ଆଘାତପ୍ରାପ୍ତ ହେବାରୁ ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.