ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର ସ୍ପଷ୍ଟ କରିଛି। ୨୦୧୭ ବିଶ୍ୱ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଚାନୁ ଗତ ଏପ୍ରିଲରେ ତାସ୍କେଣ୍ଟଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ କ୍ଲିନ ଓ ଜର୍କରେ ବିଶ୍ୱ ରେକର୍ଡ କରିବା ସହ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ମଣିପୁରର ଏହି ୨୬ ବର୍ଷୀୟ ଭାରୋତ୍ତୋଳିକା ଆଇଡବ୍ଲ୍ୟୁଏଫ୍ର ଆବ୍ସଲ୍ୟୁଟ୍ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଷ୍ଟାଣ୍ଡିଂଭିତ୍ତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଚାନୁ ୪୯କେଜି କାଟେଗୋରିରେ ୪୧୩୩,୬୧୭୨ ପଏଣ୍ଟ ଅର୍ଜନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାନୁ ପୂର୍ବରୁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ଉତ୍ତର କୋରିଆ ଅଲିମ୍ପିକ୍ସରୁ ଓହରିଯିବା ଯୋଗୁ ସେ ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ମହିଳା ୪୯କେଜି କାଟେଗୋରିରେ ଚାଇନାର ହୋଉ ଝିହୁଇ ୪୯୨୬,୪୪୨୨ ପଏଣ୍ଟ ସହ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛନ୍ତି। ଚାନୁ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗ ୬୭କେଜି କାଟେଗୋରି ର଼୍ୟାଙ୍କିଙ୍ଗ ତାଲିକାର ୧୨ତମ ତାଲିକାରେ ରହିଥିବା ଭାରତର ଜେରେମି ଲାଲରିନୁଙ୍ଗା କୋରିଆର ହାକ୍ ମିୟଙ୍ଗମକ୍ଠାରୁ କଣ୍ଟିନେଣ୍ଟାଲ କୋଟା ହରାଇଛନ୍ତି। କିନ୍ତୁ ଏହି ୧୮ବର୍ଷୀୟ ଭାରୋତ୍ତୋଳଙ୍କ ପାଇଁ ତଥାପି ସୁଯୋଗ ରହିଛି। ଚୂଡ଼ାନ୍ତ ତାଲିକା ଜୁନ୍ ୨୫ରେ ପ୍ରକାଶ ପାଇବ। ଆଇଡବ୍ଲ୍ୟୁଏଫ୍ ନିୟମାନୁସାରେ ୧୪ଟି ଓଜନ କାଟେଗୋରିରୁ ପ୍ରତିଟି କାଟେଗୋରିରେ ଶ୍ରେଷ୍ଠ ୮ ଲିଫ୍ଟରଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ...
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ
ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍ଖା ସିଂ। ତାଙ୍କୁ ସମ୍ମାନ...
ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଏହି କ୍ରିକେଟର୍: ସ୍ତ୍ରୀ ହେଲେ ଭାବୁକ
ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ପାକିସ୍ତାନ ସୁପର୍ ଲିଗ୍ର ଏକ ମ୍ୟାଚ୍ରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଯାଇଛନ୍ତି। ଏବେ ତାଙ୍କୁ...
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି
ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ...
ଫିଫା ୱାର୍ଲଡ କପ୍ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ
ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...
ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ବଡ଼ ଘୋଷଣା
ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏଥି...


