ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍) ଶନିବାର ସ୍ପଷ୍ଟ କରିଛି। ୨୦୧୭ ବିଶ୍ୱ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଚାନୁ ଗତ ଏପ୍ରିଲରେ ତାସ୍କେଣ୍ଟଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ କ୍ଲିନ ଓ ଜର୍କରେ ବିଶ୍ୱ ରେକର୍ଡ କରିବା ସହ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ମଣିପୁରର ଏହି ୨୬ ବର୍ଷୀୟ ଭାରୋତ୍ତୋଳିକା ଆଇଡବ୍ଲ୍ୟୁଏଫ୍ର ଆବ୍ସଲ୍ୟୁଟ୍ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଷ୍ଟାଣ୍ଡିଂଭିତ୍ତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଚାନୁ ୪୯କେଜି କାଟେଗୋରିରେ ୪୧୩୩,୬୧୭୨ ପଏଣ୍ଟ ଅର୍ଜନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାନୁ ପୂର୍ବରୁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ଉତ୍ତର କୋରିଆ ଅଲିମ୍ପିକ୍ସରୁ ଓହରିଯିବା ଯୋଗୁ ସେ ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ମହିଳା ୪୯କେଜି କାଟେଗୋରିରେ ଚାଇନାର ହୋଉ ଝିହୁଇ ୪୯୨୬,୪୪୨୨ ପଏଣ୍ଟ ସହ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛନ୍ତି। ଚାନୁ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗ ୬୭କେଜି କାଟେଗୋରି ର଼୍ୟାଙ୍କିଙ୍ଗ ତାଲିକାର ୧୨ତମ ତାଲିକାରେ ରହିଥିବା ଭାରତର ଜେରେମି ଲାଲରିନୁଙ୍ଗା କୋରିଆର ହାକ୍ ମିୟଙ୍ଗମକ୍ଠାରୁ କଣ୍ଟିନେଣ୍ଟାଲ କୋଟା ହରାଇଛନ୍ତି। କିନ୍ତୁ ଏହି ୧୮ବର୍ଷୀୟ ଭାରୋତ୍ତୋଳଙ୍କ ପାଇଁ ତଥାପି ସୁଯୋଗ ରହିଛି। ଚୂଡ଼ାନ୍ତ ତାଲିକା ଜୁନ୍ ୨୫ରେ ପ୍ରକାଶ ପାଇବ। ଆଇଡବ୍ଲ୍ୟୁଏଫ୍ ନିୟମାନୁସାରେ ୧୪ଟି ଓଜନ କାଟେଗୋରିରୁ ପ୍ରତିଟି କାଟେଗୋରିରେ ଶ୍ରେଷ୍ଠ ୮ ଲିଫ୍ଟରଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।
କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍…
ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...
ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି
କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା
ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍ ଏହି...
ଦିୟା-ସ୍ବସ୍ତିକା ରନର୍ସଅପ୍
ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା...
୮୪ ବଲ୍ରେ ଫାଇନାଲ୍ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...
ରକ୍ତଦାନ କଲେ ତେନ୍ଦୁଲକର
ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...


