ପ୍ୟାରିସ୍,୮ା୬: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନଙ୍କୁ ଭିଡ଼ ଭିତରେ ଜଣେ ଚାପୁଡ଼ା ମାଡ଼ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି କ୍ୟାମେରାରେ।
କୋଭିଡ୍-୧୯ ମହାମାରୀ ପରେ ସାଧାରଣ ଲୋକଙ୍କ ଜୀବନ କେଉଁ ଭଳି ପୂର୍ବବସ୍ଥାକୁ ଫେରୁଛି, ସେ ସମ୍ପର୍କରେ ଆଲୋଚନା ପାଇଁ ରାଷ୍ଟ୍ରପତି ମାକରନ ପୂରା ଦେଶର ଗସ୍ତ କରୁଛନ୍ତି। ମଙ୍ଗଳବାର ଫ୍ରାନ୍ସର ଦକ୍ଷିଣପୂର୍ବରେ ଥିବା ଡ୍ରୋମ୍ ଅଞ୍ଚଳରେ ପହଞ୍ଚିଥିଲେ ରାଷ୍ଟ୍ରପତି। ବାରିକେଡ ପାଖରେ ଛିଡ଼ା ହୋଇଥିବା ଜଣେ ଲୋକଙ୍କ ପାଖକୁ ହାତ ମିଳାଇବାକୁ ଯାଇଥିଲେ ୪୩ ବର୍ଷୀୟ ରାଷ୍ଟ୍ର ମୁଖ୍ୟ। ହେଲେ ବ୍ୟକ୍ତି ଜଣକ ରାଷ୍ଟ୍ରପତିଙ୍କ ହାତଧରି ମାକରନଙ୍କୁ ଚାପୁଡ଼ା ମାରିଥିଲେ ଓ ଅନ୍ୟ ଜଣେ ତାଙ୍କୁ ଠେଲି ଦେଇଥିଲେ। ତୁରନ୍ତ ହସ୍ତକ୍ଷେପ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ ସୁରକ୍ଷା କର୍ମୀମାନେ। ଦୁଇ ଜଣଙ୍କୁ ପଚରାଉଚୁରା ଚାଲିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.