ନୂଆଦିଲ୍ଲୀ,୧୬।୬: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି ଫର୍ମାଟରେ ସଂଯମତାର ରକ୍ଷା କରିବାକୁ ପଡ଼ିଥାଏ। ହେଲେ କିଛି ବ୍ୟାଟ୍ସମ୍ୟାନ୍ ଏଭଳି ଥାନ୍ତି, ଯେଉଁମାନେ ନିଜସ୍ବ ଶୈଳୀକୁ ନେଇ ଖେଳିଥାନ୍ତି। ସେଭଳି ଜଣେ ବ୍ୟାଟ୍ସମ୍ୟାନ୍ ହେଲେ ଓ୍ବେଷ୍ଟଇଣ୍ଡିଜ୍ର ପୂର୍ବ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍।
ଗେଲ୍ ଟି-୨୦ ଓ ଦିନିକିଆ କ୍ରିକେଟରେ ନିଜର ବିସ୍ଫୋରକ ପାଳି ପାଇଁ ଖ୍ୟାତ। ଏକଦା ସେ ଟେଷ୍ଟ କ୍ରିକେଟରେ ଏଭଳି କିଛି କରିଥିଲେ ଯାହାକି ୧୪୪ ବର୍ଷର ଟେଷ୍ଟ ଇତିହାସରେ କେହି କରିପାରି ନ ଥିଲେ। ଟେଷ୍ଟ ମ୍ୟାଚ୍ର ପ୍ରଥମ ବଲ୍ରେ ଛକା ମାରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ।
୨୦୧୨ରେ ବାଲାଂଦେଶ ଗସ୍ତ କରିଥିଲା ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ୍। ସେହି ସମୟରେ ଗେଲ୍ ଫର୍ମରେ ଥିଲେ ଏବଂ ଟେଷ୍ଟ କ୍ରିକେଟ ମଧ୍ୟ ଖେଳୁଥିଲେ। ଏହି ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଏହି ଟେଷ୍ଟ ମ୍ୟାଚ୍ରେ ବାଲାଂଦେଶର ସ୍ପିନର ସୋହାଗ ଗାଜି ଡେବ୍ୟୁ କରିଥିଲେ। ତାଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଅଧିନାୟକ କହିଥିଲେ। ହେଲେ ଗେଲ୍ ତାଙ୍କ ପ୍ରଥମ ବଲ୍ରେ ଛକା ମାରିଥିଲେ। ଏହାପରେ ତୃତୀୟ ବଲ୍ରେ ଚଉକା, ଚତୁର୍ଥ ବଲ୍ରେ ପୁଣି ଏକ ଛକା ମାରିଥିଲେ। ଫଳରେ ଗୋଟିଏ ଓଭରରେ ୧୮ ରନ୍ ହୋଇଥିଲା। ଗେଲ୍ ପରେ ସେହି ବୋଲରଙ୍କ ବଲ୍ରେ ପ୍ୟାଭିଲିୟନ୍କୁ ଫେରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.