ମୂଲ୍ୟାୟନ ସୂତ୍ରକୁ ବିରୋଧ

ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ଫଳାଫଳ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଯୋଜନାରେ ରହିଥିବା ଅଧିକାଂଶ ଅନୁଚ୍ଛେଦ ଅପ୍ରତ୍ୟାଶିତ ଏବଂ ଏହା ପିଲାମାନଙ୍କ ଭବିଷ୍ୟତ ସମ୍ଭାବନାକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଆବେଦନ ଉପରେ ସୋମବାର ଶୁଣାଣି କରି ଉଭୟ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ବୋର୍ଡକୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲିକର ଏବଂ ଦୀନେଶ ମାହେଶ୍ୱରୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ବିଚାରାଧୀନ ସମସ୍ତ ପିଟିଶନର ଶୁଣାଣି ମଙ୍ଗଳବାର ହେବ। କେତେକ ପିଟିଶନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଅନ୍ୟ ପିଟିଶନରେ ଉଭୟ ବୋର୍ଡର ମୂଲ୍ୟାୟନ ସୂତ୍ରକୁ ବିରୋଧ କରାଯାଇଛି।
ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଫଳାଫଳ ଲାଗି ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରାଯାଇଥିବା ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇ କର୍ତ୍ତ୍ୱୃପକ୍ଷ ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ଛାତ୍ରୀଛାତ୍ରମାନଙ୍କ ଠାରୁ କୌଣସି ପ୍ରତିବାଦ ଆସିଲେ ତାହାର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଭୟ ବୋର୍ଡ କହିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବିବାଦ ସମାଧାନ ପାଇଁ ଏକ ଧାରା ସଂଯୋଗ କରିଛି। ଏହି ଧାରା ଅନୁଯାୟୀ ଫଳାଫଳ ହିସାବକୁ ନେଇ ବିବାଦ ଉପୁଜିଲେ, ଏହାର ସମାଧାନ ଲାଗି ବୋର୍ଡ ଦ୍ୱାରା ନିଯୁକ୍ତ କମିଟିକୁ ପଠାଯିବ। ଫଳାଫଳ ଘୋଷଣା ପରେ ଯଦି ଛାତ୍ରୀଛାତ୍ର ଏଥିରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ପରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଅନ୍‌ଲାଇନ ନାମ ପଞ୍ଜୀକରଣ ସୁବିଧା ଯୋଗାଇ ଦିଆଯିବ। ସୁପ୍ରିମକୋର୍ଟଙ୍କ ଗତ ୧୭ ତାରିଖ ନିର୍ଦ୍ଦେଶ ଅନୁଯାୟୀ ବିବାଦ ସମାଧାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିବିଏସ୍‌ଇ ଘୋଷଣା କରିଥିବା ଚୂଡ଼ାନ୍ତ ଫଳାଫଳରେ ସଂଶୋଧନ ପାଇଁ ଛାତ୍ରୀଛାତ୍ର ଆବେଦନ କଲେ ତାହାର ସମାଧାନ କରାଯିବ। ମହାମାରୀ ସ୍ଥିତିରେ ସୁଧାର ଆସିଲେ ଇଚ୍ଛାଧୀନ ପରୀକ୍ଷା ହେବ। ପରୀକ୍ଷା ତାରିଖ ସମ୍ପର୍କରେ ପୂର୍ବରୁ ଜଣାଇଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କେବଳ ମୁଖ୍ୟ ବିଷୟର ପରୀକ୍ଷା ହେବ। ପରୀକ୍ଷାରେ ପିଲା ରଖିଥିବା ନମ୍ବରକୁ ଚୂଡ଼ାନ୍ତ ଧରାଯିବ ବୋଲି ସିବିଏସ୍‌ଇ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ କହିଛି। ୨୦୨୧ ଜୁଲାଇ ୩୧ ସୁଦ୍ଧା ଚଳିତ ବର୍ଷର ଦ୍ୱାଦଶ ଫଳାଫଳ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଫଳକୁ ନେଇ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଯେକୌଣସି ସମୟରେ ହେବ ବୋଲି ସିିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଘରୋଇ କିମ୍ବା ଦ୍ୱିତୀୟ ଥର ପରୀକ୍ଷା ଦେଉଥିବା କମ୍ପାର୍ଟମେଣ୍ଟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗତବର୍ଷ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ୨୦୧୯-୨୦ ଶିକ୍ଷାବର୍ଷ ମୂଲ୍ୟାୟନ ନୀତିରେ ଫଳାଫଳ ନିର୍ଦ୍ଧାରଣ କରାଯିବ।
ସେହିପରି ସିଆଇଏସ୍‌ସିଇ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଏହା ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରିଛି। ଜୁଲାଇ ୩୧ କିମ୍ବା ଏହା ପୂର୍ବରୁ ଫଳାଫଳ ପ୍ରକାଶ ପାଇବ। ମାର୍କ ହିସାବରେ ତ୍ରୁଟି ଥିଲେ ପିଲା ସମ୍ପୃକ୍ତ ସ୍କୁଲ୍‌କୁ ଲିଖିତ ଆବେଦନ କରିବେ। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆବେଦନର ସମୀକ୍ଷା କରିବା ପରେ ଏହାକୁ ବୋର୍ଡକୁ ପଠାଇବେ। ଫଳ ପ୍ରକାଶନର ୭ ଦିନ ମଧ୍ୟରେ ଆବେଦନ ପତ୍ର ବୋର୍ଡରେ ପହଞ୍ଚତ୍ବା ଆବଶ୍ୟକ, ନଚେତ ଏହା ଗ୍ରହଣୀୟ ହେବନାହିଁ। ବୋର୍ଡ କର୍ତ୍ତୃପକ୍ଷ ଆବେଦନପତ୍ରର ସମୀକ୍ଷା କରିବା ପରେ ମାର୍କରେ ସଂଶୋଧନ ଆବଶ୍ୟକ ଅନୁଭବ କଲେ ଏ ନେଇ ସମ୍ପୃକ୍ତ ସ୍କୁଲ୍‌ ମୁଖ୍ୟଙ୍କୁ ଜଣାଇବେ। ବିବାଦ ସମାଧାନ ପାଇଁ ସିଆଇଏସ୍‌ସିଇ ଏକ ଇନ୍‌ହାଉସ୍‌ କମିଟି ଗଠନ କରିବ ବୋଲି ସତ୍ୟପାଠରେ କହିଛି। ସେହିପରି ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପିଲା ଗୋଟିଏ କିମ୍ବା ଏକାଧିକ ବିଷୟରେ ଲିଖିତ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ। ସ୍ଥିତି ସୁଧୁରିଲେ ସେପ୍ଟେମ୍ବର ୧ ପୂର୍ବରୁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିଆଇଏସ୍‌ସିଇ କହିଛି। ଉକ୍ତ ଲିଖିତ ପରୀକ୍ଷାରେ ଛାତ୍ରୀଛାତ୍ର ରଖିଥିବା ନମ୍ବରକୁ ସେମାନଙ୍କର ଚୂଡ଼ାନ୍ତ ମାର୍କ ବିବେଚନା କରାଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.