ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍ଆର୍-୭ ରକେଟ୍ ଉତ୍କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶକୁ ନେଇ ପ୍ରସ୍ତୁତ ଏକ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ୭ଜଣ ଛାତୀଛାତ୍ର ଭୁବନେଶ୍ୱରସ୍ଥିତ ୟଙ୍ଗ୍ ଟିଙ୍କର ଏକାଡେମୀରେ ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ମଧ୍ୟରେ କୋରାପୁଟ ଜିଲା ସୁନାବେଡ଼ା ପବ୍ଲିକ ସ୍କୁଲର ଛାତ୍ର ଆରିୟନ ପଟ୍ଟନାୟକ ସାମିଲ ହୋଇଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ପ୍ରକଳ୍ପରେ ସାମିଲ ହୋଇଥିବା ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ କଳାହାଣ୍ଡିର ସାତ୍ୱିକ ପରାସର ବେହେରା, ବରଗଡ଼ର ଏମ୍.ସାଇକ୍ରିଷ୍ଣା ଏବଂ ଭୁବନେଶ୍ୱରର ଋଷଭ ମିଶ୍ର, ଦ୍ୱୀପାୟନ ଜେନା ,ଶିବମ ସୁନ୍ଦର ମହାକୁଡ଼, ଶ୍ରୀୟା ସାହୁ ସାମିଲ ଥିଲେ। ଆମେରିକାର ନାସା ପକ୍ଷରୁ ଅନୁଷ୍ଠିତ ପ୍ରକଳ୍ପ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ଏହି ପ୍ରକଳ୍ପ ମନୋନୀତ ହୋଇଥିଲା। ପ୍ରତିଯୋଗିତାରେ ବିଶ୍ୱର ୭୩ଟି ଦେଶର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଆମେରିକାର ନାସା ମାଧ୍ୟମରେ ସେମାନଙ୍କ ପ୍ରକଳ୍ପ ମହାକାଶ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଖବର ପାଇ ଛାତ୍ରୀଛାତ୍ରମାନେ ଖୁସି ପ୍ରକାଶ କରିଛନ୍ତି। ତେବେ କୋଭିଡ୍ କଟକଣା ଯୋଗୁ ସେମାନେ ନାସା ପରିଦର୍ଶନରେ ଯାଇପାରିନାହାନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଭର୍ଚୁଆଲ ମିଟ୍ରେ ସେମାନଙ୍କୁ ଯୋଗଦେବାକୁ ଭୁବନେଶ୍ୱରସ୍ଥିତ ଏକାଡେମୀ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.