ପ୍ୟାରିସ୍,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ, ଚେକ୍ ଗଣରାଜ୍ୟ- ଆମେରିକୀୟ ମହିଳା ଖେଳାଳି ମାର୍ଟିନ ନାଭ୍ରାତିଲୋଭା, ଆମେରିକୀୟ ପୂର୍ବତନ ମହିଳା ଖେଳାଳି ବିଲି ଜିନ୍ କିଙ୍ଗ୍, ଆମେରିକୀୟ ବାସ୍କେଟବଲ୍ ଖେଳାଳି ଷ୍ଟିଫେନ କ୍ୟୁରୀ, କେଭିନ ଲଭ୍, ପୂର୍ବତନ ଡବ୍ଲ୍ୟୁଏନ୍ବିଏ ତାରକା ଲିସା ଲେସ୍ଲି ଓସାକାଙ୍କ ସପକ୍ଷରେ ମତ ଦେଇଛନ୍ତି।
ସମସ୍ତେ ସମାନ ନୁହନ୍ତି। ତେଣୁ ଓସାକା ମଧ୍ୟ ସମସ୍ତଙ୍କଠାରୁ ଅଲଗା। ସେ ଯେଉଁ ବାଟରେ ସମାଧାନ ଚାହୁଁଛନ୍ତି ତାଙ୍କୁ ସେହି ସୁଯୋଗ ଦିଆଯିବା ଆବଶ୍ୟକ। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେରେନା କହିଛନ୍ତି। ଗତ ସପ୍ତାହରେ ସେ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାକୁ କହିଥିଲେ ବୋଲି ସେରେନା କହିଛନ୍ତି।
ଓସାକାଙ୍କ ପାଇଁ ମୁଁ ଦୁଃଖିତ। ଖୁବ୍ଶୀଘ୍ର ସେ ସୁସ୍ଥ ହୋଇଯିବେ। ଶାରୀରିକ ଓ ମାନସିକ ଭାବେ ଆଥ୍ଲେଟମାନେ ସୁସ୍ଥ ରହିବା ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଖରରଦାତା ସମ୍ମିଳନୀରେ ଯୋଗଦେବା ବ୍ୟତୀତ ଜଣେ ଆଥ୍ଲେଟ ଖେଳ ପାଇଁ ଅଧିକ କିଛି କରିବାର ଆବଶ୍ୟକତା ରହିଛି ବୋଲି ନାଭ୍ରାତିଲୋଭା କହିଛନ୍ତି।
ମାନସିକ ଅବସାଦ ସହ ଲଢ଼ିବା ଓ ସଂଘର୍ଷ କରୁଥିବା କଥା ସମସ୍ତଙ୍କ ଆଗରେ ସ୍ବୀକାର କରି ଓସାକା ସାହସିକତାର ପରିଚୟ ଦେଇଛନ୍ତି। ଏବେ ତାଙ୍କୁ ଆମେ ସମସ୍ତେ ସମର୍ଥନ ଦେବା ଦରକାର। ତାଙ୍କୁ ଆବଶ୍ୟକ ସମୟ ଓ ସ୍ବାଧୀନତା ଦେବା ଉଚିତ ବୋଲି ବିଲି ଜିନ୍ କିଙ୍ଗ୍ କହିଛନ୍ତି। ସେହିପରି ଓସାକାଙ୍କୁ ସମର୍ଥନ ଦେବା ଦରକାର ବୋଲି ଷ୍ଟିଫେନ କ୍ୟୁରୀ କହିଛନ୍ତି। ଓସାକାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।
ଓସାକାଙ୍କ ଭଳି ଯୁବା ଖେଳାଳି ଡିପ୍ରେସନରେ ଶିକାର ହେବା ଓ ସହାୟତା ଲୋଡ଼ିବା ନିଶ୍ଚିତ ଭାବେ ଦୁଃଖଦାୟକ। ଲୋକେ ଏହି ପରିସ୍ଥିତିରେ ତାଙ୍କ ଉପରେ କ୍ଷୁବ୍ଧ ହେବା ଓ ତାଙ୍କୁ ସମର୍ଥନ ନ କରିବା ଠିକ୍ ନୁହେଁ। ଜଣେ ଆଥ୍ଲେଟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ମୁଁ ତାଙ୍କୁ ସମର୍ଥନ କରୁଛି ଓ ତାଙ୍କ ସହ ଅଛି ବୋଲି ଲିସା ଲେସ୍ଲି କହିଛନ୍ତି।
କୈଫ୍, ମିଥାଲିଙ୍କ ଭିନ୍ନ ମତ
ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଟେନିସ ଭଳି କୌଣସି ବ୍ୟକ୍ତିଗତ କ୍ରୀଡ଼ାରେ ମେଣ୍ଟାଲ ହେଲ୍ଥର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଖେଳାଳି ଗଣମାଧ୍ୟମଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେହି ଅଧିକାର ଦିଆଯିବା ଉଚିତ ବୋଲି କୈଫ୍ କହିଛନ୍ତି। ଜାପାନରେ ମଧ୍ୟ ଓସାକାଙ୍କ ନିଷ୍ପତ୍ତିକୁ ବହୁଳ ଭାବେ ସମର୍ଥନ କରାଯାଇଛି। ତାଙ୍କର ଏହି ନିଷ୍ପତ୍ତିକୁ ସାହସିକ ପଦକ୍ଷେପ ବୋଲି କୁହାଯାଇଛି। ତେବେ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ ଏ ନେଇ ଭିନ୍ନମତ ପୋଷଣ କରିଛନ୍ତି। କେବେ ଖବରଦାତା ସମ୍ମିଳନୀ ନ ଯିବା କଥା ଚିନ୍ତା କରିନାହିଁ। ମହିଳା କ୍ରିକେଟର ସ୍ଥିତି ସେତେଟା ଭଲ ନାହିଁ। ତେଣୁ ମହିଳା କ୍ରିକେଟକୁ ଗଣମାଧ୍ୟମ ସହାୟତାର ଆବଶ୍ୟକତା ରହିଛି। ଏହାଦ୍ୱାରା କ୍ରିକେଟର ପ୍ରଚାର ଓ ପ୍ରସାର ହୋଇଥାଏ ବୋଲି ମିଥାଲି କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.