ଘରେ ବସି ଆପ୍‌ରେ ବୁକିଂ କରିହେବ ଅକ୍ସିଜେନ୍‌

ଭୁବନେଶ୍ୱର, ୫।୬ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍‌ଡାଉନ ଶଟ୍‌ଡାଉନ୍‌ର ସୁଫଳ ମିଳୁଛି। ହେଲେ ଏବେ ବି କିଛି ଲୋକ କଟକଣାକୁ ପାଳନ କରୁନାହାନ୍ତି। ବିଶେଷକରି ବିଭିନ୍ନ ମାର୍କେଟ ଅଞ୍ଚଳରେ ଗହଳି ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମାଛ, ମାସଂ ତଥା ପରିବା ମାର୍କେଟ ଅଞ୍ଚଳରେ ମୋବାଇଲ୍‌ ଭ୍ୟାନ୍‌ ପହଞ୍ଚତ୍ ଟେଷ୍ଟିଂକୁ କଡାକଡି କରାଯିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।

ସହରରେ କରୋନା ସ୍ଥିତି ତଥା ଏହାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ନେଇ ଶନିବାର କମିଶନର ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସହରରେ ୨ହଜାରରୁ ଊର୍ଦ୍ଧ୍ୱ ବେଡ୍‌ ଖାଲି ରହିଥିବା ସୂଚନା ଦିଆଯାଇଥିବା ବେଳେ ୭୫ରୁ ଊର୍ଦ୍ଧ୍ୱ ଆଇସିୟୁ ବେଡ୍‌ ଖାଲି ପଡିଛି। ଉଭୟ ସରକାରୀ ତଥା ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ତୁଳନାରେ ଅକ୍ସିଜେନ୍‌ ରହିଛି। ବିଏମ୍‌ସି ପକ୍ଷରୁ ଅକ୍ସିଜେନ୍‌ କନ୍‌ସନ୍‌ଟ୍ରେଟର ପାଇଁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ମହାନଗର ପାଇଁ ରାଜ୍ୟ ସରକାର ୧୦୦ଟି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ଯୋଗାଇଛନ୍ତି। ନାଗରିକମାନଙ୍କୁ ଏହାର ସଠିକ୍‌ ଉପଯୋଗ କରାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍‌ ବିକଶିତ କରାଯାଇଛି। ଏହି ଆପ୍‌ ମାଧ୍ୟମରେ ଘରେ ବସି ଲୋକେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବୁକ୍‌ କରିପାରିବେ। ବିଏମ୍‌ସି ପକ୍ଷରୁ ରୋଗୀଙ୍କ ଘରେ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ପହଞ୍ଚାଯିବ। ଏହାସହ ସେମାନେ କିପରି ଏହାର ବ୍ୟବହାର କରିବେ ସେ ନେଇ ଲିଫ୍ଲେଟ୍‌ ପ୍ରଦାନ କରାଯିବ।

୧୮ରୁ ୪୪ ବର୍ଗର ଲୋକଙ୍କୁ ଟିକାକରଣକୁ ନେଇ ଉପୁଜିଥିବା ଦ୍ୱନ୍ଦକୁ ବିଏମ୍‌ସି ପକ୍ଷରୁ ଦୂର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ରୁ ୪୪ ବର୍ଗର ୧ଲକ୍ଷ ୭୦ହଜାର ୧୪୦ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ସେମାନଙ୍କୁ ୪ରୁ ୬ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ପ୍ରଦାନ କରାଯିବ। ସେହିପରି ପ୍ରଥମ ଡୋଜ୍‌ ଟିକା ନେଇ ନ ଥିବା ଏହି ବର୍ଗର ଲୋକଙ୍କ ପାଇଁ ଖୁବ୍‌ ଶୀଘ୍ର ନୂଆ ସ୍ଲଟ୍‌ ଖୋଲାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.