ନୂଆଦିଲ୍ଲୀ,୧୫।୬: ଖୁବ୍ କମ୍ ମ୍ୟାଚ୍ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ ସ୍ପିନର ଭାବେ ଗଣାଯାଉଥିବା ଅଶ୍ୱିନ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ କାରଣରୁ ଏକଦା ବ୍ୟାନ ହୋଇଥାନ୍ତେ। କିନ୍ତୁ ତାଙ୍କୁ ବ୍ୟାନ ହେବାରୁ ବଞ୍ଚାଇବା ପାଇଁ ୬ ମାସ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରଖିଥିଲା ବିସିସିଆଇ। ଏଭଳି ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସଇଦ ଅଜମଲ।
ଉଲ୍ଲେଖଯୋଗ୍ୟ, ଅଜମଲ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ କାରଣରୁ ଆଇସିସି ପକ୍ଷରୁ ବ୍ୟାନ ହୋଇଥିଲେ। ହାତକୁ ୧୫ ଡିଗ୍ରୀ ବେଣ୍ଡ କରି ସ୍ପିନରଙ୍କୁ ବୋଲିଂ କରିବାକୁ ପଡ଼େ। ଆଇସିସିର ଏହି ନିୟମକୁ ଅଜମଲ ଦୁସରା ବଲ ପକାଇଲାବେଳେ ଭଙ୍ଗ କରୁଥିଲେ।
”ମୁଁ ୮ ବର୍ଷ ଧରି କ୍ରିକେଟ ଖେଳୁଥିଲି। ହଠାତ୍ କାହାକୁ କିଛି ନ ପଚାରି ନିୟମରେ ପରିବର୍ତ୍ତନ କରିଦେଲେ। ନିୟମ କେବଳ ମୋ ପାଇଁ ଥିଲା। ସେହି ସମୟରେ ଅଶ୍ୱିନ ପ୍ରାୟ ୬ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ। ଏହାର କାରଣ ତୁମେ ତୁମ ବୋଲରଙ୍କ ଉପରେ କାମ କରିପାରିବ। ଯାହା ଫଳରେ ସେ ବ୍ୟାନ ହେବାରୁ ବଞ୍ଚିତ ହୋଇପାରିବେ। ଜଣେ ପାକିସ୍ତାନ ବୋଲର ବାସନ୍ଦ ହେଲେ, ତାଙ୍କ ଉପରେ ଫରକ ପଡ଼ୁନାହିଁ। ସେମାନେ କେବଳ ଟଙ୍କା ବିଷୟରେ ଚିନ୍ତା କରନ୍ତି “ ବୋଲି ଅଜମଲ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହିଛନ୍ତି। ତେବେ ଦୁସରା ବୋଲିଂ ପାଇଁ ୧୫ ଡିଗ୍ରୀ ନିୟମରେ କୋହଳ ଲାଗି ଆଇସିସିକୁ ଅଶ୍ୱିନ ଅନୁରୋଧ କରିଥିବା କିଛି ରିପୋର୍ଟରେ ପ୍ରକାଶ ପାଇଥିଲା। ନିକଟରେ ଏକ ଟୁଇଟ୍ ଯୋଗେ ଏହାକୁ ଖଣ୍ଡନ କରିଥିଲେ ଅଶ୍ୱିନ। ମାତ୍ର ୭୮ ଟେଷ୍ଟ ଖେଳିଥିବା ତାମିଲନାଡୁ ସ୍ପିନରଙ୍କ ନାମରେ ଅଛି ୪୦୯ ଉଇକେଟ। ଏଥିରେ ସାମିଲ ଅଛି ୩୦ଟି ୫ ଉଇକେଟ ଓ ୭ଟି ୧୦ ଉଇକେଟ ସଫଳତା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.