ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ’ରେ ବିତର୍କ ସମୟରେ ଶାସକ ଦଳର ଜଣେ ମହିଳା ନେତ୍ରୀ ଏତେ ରାଗିଯାଇଥିଲେ ଯେ, ବିପକ୍ଷ ଏମ୍ପିଙ୍କୁ ଚାପୁଡା ମାରିବାକୁ ପଛାଇ ନ ଥିଲେ। ଟିଭି ବିତର୍କରେ ଏହି ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଲୋକମାନେ ଏହାକୁ ସମାଲୋଚନା କରୁଛନ୍ତି। ପାକିସ୍ତାନର ଏକ ଘରୋଇ ଚ୍ୟାନେଲରେ ରାଜନୈତିକ ପ୍ରସଙ୍ଗ ଉପରେ ବିତର୍କ ଚାଲିଥିଲା। ଏଥିରେ ଶାସକ ତଥା ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ। ବିତର୍କ ସମୟରେ ସେଠାରେ ଉପସ୍ଥିତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ (ସୂଚନା) ଡା. ଫିରଦୋସ ଆଶିକ ଆୱାନ ବିରୋଧୀ ପିପିପି ଏମଏନଏ ଏମ୍ପି କାଦିର ମନ୍ଦୋଖେଲଙ୍କ ସହ ଯୁକ୍ତିତର୍କ କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଅଧିକ ହେଲା ଯେ କାଦିରଙ୍କ କଲର୍ ଧରି ଚାପୁଡ଼ା ମାରିଥିଲେ ଆଓ୍ବାନ। ଖୁବ ଶୀଘ୍ର ଏହି ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଲା। ଦୁର୍ନୀତି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.