ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ପାନ୍ ସହ ଆଧାର ସଂଯୋଗ କରାଇବା ଲାଗି ଆଶ୍ୱସ୍ତି ପାଇଛନ୍ତି। ଏହାବାଦ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ଟିକସ ନିୟମ ଅନୁପାଳନକୁ କୋହଳ କରାଯାଇଛି। କୋଭିଡ୍-୧୯ ଲାଗି ନିଯୁକ୍ତିଦାତା କର୍ମଚାରୀଙ୍କୁ ପ୍ରଦାନ କରୁଥିବା ଚିକିତ୍ସା ଖର୍ଚ୍ଚକୁ ଟିକସମୁକ୍ତ କରାଯାଇଛି। କୋଭିଡ୍-୧୯ରେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ନିଯୁକ୍ତିଦାତାଙ୍କଠାରୁ ପରିବାର ଲୋକ ଲାଭ କରୁଥିବା କ୍ଷତିପୂରଣ ସହାୟତା ଅର୍ଥ ରାଶିରେ ମଧ୍ୟ ଆୟକର ଦେବାକୁ ପଡ଼ିବ ନାହିଁ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟକ୍ଷ ଟିକସ ରିଜୋଲ୍ୟୁଶନ ଯୋଜନା ‘ବିବିଧ ସେ ବିଶ୍ୱାସ’ର ସମୟ ଅବଧି ୨ ମାସ ବଢ଼ାଯାଇ ଅଗଷ୍ଟ ୩୧ କରାଯାଇଛି। ସେହିଭଳି ଅତିରିକ୍ତ ସୁଧ ଦେୟ କ୍ଷେତ୍ରରେ ଟିକସଦାତା ଅକ୍ଟୋବର ୩୧ ଯାଏ ପେମେଣ୍ଟ କରିପାରିବେ। ସେହିଭଳି ଫର୍ମ ୧୬ରେ କର୍ମଚାରୀଙ୍କଠାରୁ ଟାକ୍ସ ଡିଡକ୍ସନ ଆଟ୍ ସୋର୍ସ(ଟିଡିଏସ୍) ସାର୍ଟିଫିକେଟ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଲାଗି ସମୟ ଅବଧି ଚଳିତ ବର୍ଷ ଜୁଲାଇ ୧୫ରୁ ୩୧କୁ ବଢ଼ାଯାଇଥିବା ଜଣାପଡିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.