Categories: ଖେଳ

ପନ୍ତଙ୍କ ଅପରାଜିତ ଶତକ, ଶୁବମନ ୮୫

ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍‌ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍‌ ଆକର୍ଷଣୀୟ ୮୫ରନ ସହ ଭଲରୂପେ ଓ୍ବାର୍ମ ଅପ୍‌ ହୋଇଛନ୍ତି। ବିରାଟ କୋହଲି ଓ କେଏଲ୍‌ ରାହୁଲ ଦୁଇଟି ଦଳର ନେତୃତ୍ୱ ନେଇଥିଲେ। ପ୍ରଥମ ଦଳରେ ଭଲ ବ୍ୟାଟ୍ସମ୍ୟାନ ଓ ନିୟମିତ ବୋଲର ରହିଥିଲେ। ଅନ୍ୟଟିରେ ରାହୁଲ, ରିଦ୍ଧିମାନ ଓ ହନୁମା ବିହାରୀଙ୍କ ଭଳି ରିଜର୍ଭ ଖେଳାଳି ପ୍ରତିନିଧିତ୍ୱ କରିଥିଲେ। ଫର୍ମରେ ଥିବା ପନ୍ତ ସ୍ପିନରଙ୍କ ସମେତ ସମସ୍ତ ବୋଲରଙ୍କୁ ପ୍ରହାର କରିଥିଲେ। ସେ ୯୪ ବଲ୍‌ରୁ ୧୨୧ ରନ କରି ଅପରାଜିତ ରହିଥିଲେ। ରୋହିତ ଶର୍ମାଙ୍କ ସହ ଓପନିଂ କରି ଗିଲ୍‌ ୧୩୫ ବଲ୍‌ରୁ ୮୫ ରନ କରିଥିଲେ। କୋହଲିଙ୍କ ଟିମ୍‌କୁ କେବଳ ଅଡୁଆରେ ପକାଇଥିଲେ ଭେଟେରାନ ପେସ୍‌ ବୋଲର ଈଶାନ୍ତ ଶର୍ମା। ସେ ୩୬ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.