ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍ ସିଡ୍ ତଥା ୧୬ତମ ର଼୍ୟାଙ୍କିଙ୍ଗ ଫ୍ରାନ୍ସର ଗେଲ୍ ମନଫିଲ୍ସଙ୍କୁ ୬-୪, ୫-୭, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ଼ ବିଜୟ। ଟୁର୍ ଲେଭଲରେ ପ୍ରଥମ ଥର ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସେ ପ୍ରବେଶ କରିପାରିଛନ୍ତି। ପର୍ସେଲ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଂ ରାଉଣ୍ଡରେ ପରାଜିତ ହୋଇଥିଲେ। ମାତ୍ର ଜଣେ ଖେଳାଳି ଓହରିଯିବାରୁ ତାଙ୍କ ସ୍ଥାନରେ ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ଟେନିସ୍ରେ ଏହାକୁ ଲକି ଲୁଜର କୁହାଯାଇଥାଏ। ଓ୍ବିମ୍ବେଲଡନ ଓ୍ବାର୍ମଅପ୍ ଟୁର୍ନାମେଣ୍ଟରେ ପର୍ସେଲ ପରବର୍ତ୍ତୀ ରାଉଣ୍ଡରେ ଆନ୍ଦ୍ରିଆସ ସେପିଙ୍କୁ ଭେଟିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.