Categories: ଜାତୀୟ

୧୦ ବର୍ଷ ଧରି ପ୍ରେମିକାଙ୍କୁ ରୁମ୍‌ରେ ଲୁଚାଇ ରଖିଥିଲେ ପ୍ରେମିକ, ଜାଣିପାରିଲେ ନାହିଁ ପରିବାର ଲୋକ

ପଲକ୍କଡ (କେରଳ), ୧୧।୬: କେରଳର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ରୁମ୍‌ରେ ଲୁଚାଇ ରଖିଥିଲେ। ଆଉ ଏ ସମ୍ପର୍କରେ ଟେର ପାଇ ନ ଥିଲେ ଯୁବକଙ୍କ ପରିବାର ଲୋକେ। ନିଖୋଜ ହେବାର ୧୦ ବର୍ଷ ପରେ ମିଳିଛି ୨୯ ବର୍ଷୀୟା ମହିଳାଙ୍କ ପତ୍ତା। ଏଭଳି ଏକ ଘଟଣା ପଲକ୍କଡ ଜିଲାର ଆୟାଲୁର ଗ୍ରାମରେ ଘଟିଛି। ଯୁବକ ଜଣକ ନିଜ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ପ୍ରେମିକାଙ୍କୁ ରଖିଥିଲେ।

ସାଜିଥା ନାମ୍ନୀ ଯୁବତୀ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଟେର ପାଇ ନ ଥିଲା ପୋଲିସ। ତେବେ ପ୍ରେମିକ ରେହମନଙ୍କ ଘରେ ଗୋପନରେ ରହୁଥିଲେ ସାଜିଥା। ଉକ୍ତ ଘରେ ରେହମନଙ୍କ ମା’ ବାପା, ଭଉଣୀ ଓ ପୁତୁରା ରହୁଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ।

ସାଜିଥାଙ୍କୁ ଏକ ଛୋଟ ରୁମ୍‌ରେ ରଖିଥିଲେ ରେହମାନ। ସେ ରାତିରେ ଝରକା ଦେଇ ବାହାରକୁ ଆସି ନୀତ୍ୟକର୍ମ କରନ୍ତି। ପ୍ରାୟ ୧୦ ବର୍ଷ ଧରି ଏଭଳି ଚାଲିଥିଲା। କିନ୍ତୁ ଗତ ମାର୍ଚ୍ଚରେ ନିଖୋଜ ହୋଇଯାଇଥିଲେ ରେହମନ। ତାଙ୍କ ପରିବାର ପକ୍ଷରୁ ଏନେଇ ପୋଲିସରେଏତଲା ଦିଆଯାଇଥିଲା। ଜୁନ୍‌ ୭ରେ ରେହମନଙ୍କୁ ତାଙ୍କ ଭାଇ ଖୋଜି ପାଇବା ପରେ ପୋଲିସକୁ ଜଣାଇଥିଲେ। ପୋଲିସ ତାଙ୍କୁ ନେଇ ପଚରାଉଚୁରା କରିବା ପରେ ସେ ସାଜିଥାଙ୍କୁ ନେଇ ଏକ ଭଡ଼ାଘରେ ରହିଥିବା କହିଥିଲେ। ଏଥିସହ ସାମ୍ନାକୁ ଆସିଥିଲା ସାଜିଥାଙ୍କ ନିଖୋଜ ହେବା ପଛର ରହସ୍ୟ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.