ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା ଥିଲେ। ଖାଲି ପୁଅ ନୁହନ୍ତି ଏହି ଦମ୍ପତି ଝିଅ ଏବଂ ଜ୍ୱାଇଙ୍କୁ ମଧ୍ୟ ହତ୍ୟା କରିଛନ୍ତି।
୮୧ ବର୍ଷୀୟ ଆକବର ଖୁରାମ୍ଉଦ୍ଦିନ ଏବଂ ୭୪ ବର୍ଷୀୟା ତାଙ୍କ ସ୍ତ୍ରୀ ଇରନ ତାଙ୍କ ପୁଅକୁ କାଟି ଖଣ୍ଡ ଖଣ୍ଡ କରି ଘର ପାଖରେ ଥିବା ଏକ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ପୋଲିସ ଏହି ଦମ୍ପତିଙ୍କୁ ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ପଦାକୁ ଆସିଥିଲା। ସେ ତାଙ୍କ ଝ୍ରିଅ ଏବଂ ଜ୍ୱାଇଁଙ୍କୁ ବି ହତ୍ୟା କରିଥିଲେ। ଇରନ କହିଛନ୍ତି, ସେ ହତ୍ୟା କରିବେ ବୋଲି ପୂର୍ବରୁ ଯୋଜନା କରିଥିଲେ। ମୋ ସ୍ବାମୀ ମୋତେ ପଚାରିଥିଲେ। ମୁଁ ସହମତି ଦେଇଥିଲି। ମୁଁ ଏହି ଘଟଣାରେ ଆଦୌ ଦୁଃଖିତ ନୁହେଁ। କାରଣ ଝିଅ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ବେଳେ ଅନେକ ପୁଅଙ୍କୁ ଘରକୁ ଆଣୁଥିଲେ। ଏପଟେ ପୁଅ ବାହା ନ ହେବାକୁ ଜିଦ୍ ଧରିବାରୁ ଆମେ ତାକୁ ମିଳିମିଶି ହତ୍ୟା କରିଛୁ। ପରେ ପୋଲିସ ବୃଦ୍ଧ ଦମ୍ପତିଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.