ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ। ଗତ ୫୦ ବର୍ଷରେ ଏଠାରେ ଆବର୍ଜନାର ଅନେକ ପାହାଡ଼ ତିଆରି ହୋଇଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ବିଚିତ୍ର ଉପାୟ ଆପଣାଯାଇଛି। ଏହି ପରିତ୍ୟକ୍ତ ଆବର୍ଜନା ପାହାଡ଼ଗୁଡ଼ିକୁ ସମତଳ କରି ପାର୍କ ନିର୍ମାଣ କରାଯାଉଛି। ପରିବେଶକୁ ଦୂଷିତ ହେବାରୁ ରକ୍ଷା କରିବା ପାଇଁ ଆବର୍ଜନା ପାହାଡ଼ ଆଖପାଖରେ ଏକ ପ୍ରାଚୀର ଦେବା ପର୍ଯ୍ୟାପ୍ତ ହେବ ନାହିଁ। ଏଠାରେ ଭୂସଂସ୍କାର ପାଇଁ ଅନେକ ପଦକ୍ଷେପ ନେବାକୁ ପଡ଼ିବ। ବିଶେଷଜ୍ଞଙ୍କ ମତରେ ୟୁରୋପରେ ଆବର୍ଜନାରୁ ବାହାରୁଥିବା ପାଣିକୁ ପିଇବାଯୋଗ୍ୟ କରାଯାଉଛି। ଖୁବ୍ ଶୀଘ୍ର ମସ୍କୋରେ ମଧ୍ୟ ଏପରି କରାଯିବ। ୫ ବର୍ଷରେ ଅଳିଆଗଦା ସ୍ଥାନରେ ପାର୍କ କିମ୍ବା ସ୍କି ରିସର୍ଟ ଦେଖିବାକୁ ମିଳିବ। ଏଥିରୁ ସ୍ବଚ୍ଛ ପରିବେଶ ଓ ଉନ୍ନତ ଇକୋ ସିଷ୍ଟମ୍ ମିଳିବ।
Posted inଅନ୍ତର୍ଜାତୀୟ, ଫୁରସତ View All
୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏପରି…
ନୂଆଦିଲ୍ଲୀ,୯।୬: ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଦୀର୍ଘ ୧୪୮ ବର୍ଷ ପରେ ଶନି ଜୟନ୍ତୀରେ ସୂର୍ଯ୍ୟପରାଗ ଗୁରୁବାର...
କୋଭାକ୍ସିନ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ: ଜୁନ୍ ୨୩ରେ ବୈଠକ…
ଜେନେଭା,୧୭।୬: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍ କୋଭାକ୍ସିନ୍କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ମଞ୍ଜୁରୀ ପାଇଁ ଜୁନ୍ ୨୩ରେ...
ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ଯୁବକ
ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍ଟାଲି
ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି...
ନଦୀକୁ ଖସିଲା ବସ୍: ୧୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
କରାଚୀ,୧୧।୬ : ପାକିସ୍ତାନର ଦକ୍ଷିଣପଶ୍ଚିମ ଉପତ୍ୟାକାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା...
ମହାକାଶ ନୁହେଁ, ସମୁଦ୍ର ମଧ୍ୟ ଦେଇ ଆସୁଛନ୍ତି ଏଲିଅନ
ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଅନ ଏବଂ ସେମାନଙ୍କ ଯାନ ଦେଖିବାକୁ ମିଳୁଥିବା ଅନେକ ଦାବି କରୁଛନ୍ତି। ଏହି ଦାବି ଉପରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ...


