Categories: ଜାତୀୟ

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ ବିଳାସ ପାସଓ୍ବାନଙ୍କ ନିଧନ ପରେ ଏଲ୍‌ଜେପିରେ ଲଗାତର ବିବାଦ ଘନେଇବାରେ ଲାଗିଛି। ତାଙ୍କ ବିୟୋଗର ମାତ୍ର ୮ମାସ ପରେ ଦଳ ଭାଙ୍ଗିବାରେ ଲାଗିଛି। ରାମବିଳାସଙ୍କ ଭାଇ ପଶୁପତି କୁମାର ପାରସ ଦଳର ଅନ୍ୟ ଏମ୍‌ପିଙ୍କ ସହ ମିଶି ଚିରାଗଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଦଳର ଏମ୍‌ପିମାନେ ଚିରାଗ ପାସଓ୍ବାନଙ୍କୁ ଲୋକ ସଭାରେ ନେତାଙ୍କ ପଦରୁ ହଟାଇ ଦେଇଛନ୍ତି। ଆଉ ତାଙ୍କ ସ୍ଥାନରେ ସୋମବାର ପଶୁପତି କୁମାର ସର୍ବସମ୍ମତିକ୍ରମେ ଲୋକ ସଭାରେ ଏଲ୍‌ଜେପିର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଜୁନ ୧୩ରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ସୋମବାର ଏଲ୍‌ଜେପିର ୫ବିଦ୍ରୋହୀ ନେତା ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଥିଲେ। ଏନେଇ ସେ ବାଚସ୍ପତିଙ୍କୁ ଜଣାଇଛନ୍ତି। ଏହା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପଶୁପତି ପାରସ ସକହିଛନ୍ତି, ସେ ଦଳକୁ ଭାଙ୍ଗି ନାହାନ୍ତି ବରଂ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ଦଳରେ ବିଦ୍ରୋହ ପରେ ସକାଳେ ଚିରାଗ ପାସୱାନ ନିଜ ଦାଦା ପଶୁପତି ପାରସଙ୍କୁ ଭେଟିବାକୁ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପଶୁପତି ଦୀର୍ଘ ସମୟ ଧରି ଘରର କବାଟ ଖୋଲି ନ ଥିଲେ। ଫଳରେ ଚିରାଗଙ୍କୁ ପାଖାପାଖି ୨୦ ମିନିଟ ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପରେ ସେ ଘର ଭିତରକୁ ଯାଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.