କରୋନିଲ ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ତିଆରି କରୁଛି ପତଞ୍ଜଳୀ

ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ସେତିକି ନୁହେଁ, କରୋନିଲ ଲଞ୍ଚ ସମୟରେ ପତଞ୍ଜଳୀ ପକ୍ଷରୁ ଦାବି କରାଯାଇଥିଲା ଯେ, କରୋନା ସଂକ୍ରମଣ ସମୟରେ ଏହି ଔଷଧ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ। ତେବେ କରୋନା ଚିକିତ୍ସା ପାଇଁ କରୋନିଲ ଔଷଧ ପରେ ଏବେ ପତଞ୍ଜଳୀ ଖୁବ୍‌ଶୀଘ୍ର ବଜାରରେ ବ୍ଲାକ୍‌ ଫଙ୍ଗସ୍‌ର ଔଷଧ ଉପଲବ୍ଧ କରାଇବାକୁ ଯାଉଛି। ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ କରାଯାଉଛି। ଏନେଇ ପତଞ୍ଜଳୀ ଯୋଗପୀଠର ଏମ୍‌ଡି ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଚିକିତ୍ସାରେ କରୋନିଲ ଔଷଧ ପ୍ରଭାବଶାଳୀ ପ୍ରମାଣିତ ହେବା ପରେ ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌ର ଔଷଧ ପ୍ରସ୍ତୁତ କରାଯାଇଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଏହି ଔଷଧକୁ ପ୍ରୟୋଗ କରାଯିବା ସମୟରେ ପଜିଟିଭ୍‌ ଫଳାଫଳ ସାମ୍ନାକୁ ଆସିଥିଲା। ତେବେ ଏହି ଆୟୁର୍ବେଦିକ ଔଷଧ ବ୍ଲାକ୍‌ ଫଙ୍ଗସ୍‌ ସମେତ ଅନ୍ୟ ଫଙ୍ଗସ୍‌ରେ ମଧ୍ୟ ପ୍ରଭାବ ପକାଇବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.