ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସାରନରେ ରହୁଥିବା ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ ପେଟ ଫୁଲିଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ତାଙ୍କ ପେଟରେ ପ୍ରାୟ ୨କିଲୋ ୫୦ ଗ୍ରାମ୍ର ଟ୍ୟୁମର ରହିଛି। ଏହାପରେ ଡାକ୍ତରଙ୍କ ଏକ ଟିମ୍ ବହୁ ଉଦ୍ୟମ କରି ଅପରେଶ୍ନ ଦ୍ୱାରା ବୃଦ୍ଧଙ୍କ ପେଟରୁ ଏହି ଟ୍ୟୁମର ସଫଳତାପୂର୍ବକ କାଢ଼ିଥିଲେ। ଅପରେଶନ୍ ପରେ ବର୍ତ୍ତମାନ ବୃଦ୍ଧଜଣଙ୍କ ସୁସ୍ଥ ଅଛନ୍ତି। ଏନେଇ ପାଟନା ଏମ୍ସର ଏଚ୍ଓଡି ଡାକ୍ତର ଅନୀଲ କୁମାର ସୂଚନା ଦେଇଛନ୍ତି। ତେବେ ଡାକ୍ତରୀ ଟିମ୍ର ଏହି କାର୍ଯ୍ୟକୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି।
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...
ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର
ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ...
ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍ସି
ବୀରଭୂମ୍,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ଆଗରେ...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍ଲକ୍ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ...
ଶେଷ ହେଲା ମହାରାଷ୍ଟ୍ର-କର୍ନାଟକ ଜଳ ବିବାଦ
ବେଙ୍ଗାଲୁରୁ,୧୯।୬: ଆପୋଷ ବୁଝାମଣାରେ ମରୁଡି ପ୍ରବଣ ଅଞ୍ଚଳକୁ ଜଳ ଯୋଗାଣ ଓ ବନ୍ୟା ପରିଚାଳନା ପାଇଁ ଉଭୟ ମହାରାଷ୍ଟ୍ର ଓ କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି।...
ମୋଦି ସରକାରଙ୍କୁ ୩୫ ହଜାର କୋଟିର ହିସାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨।୬: କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଟିକାକରଣ ପାଇଁ ବଜେଟ୍ରେ ୩୫ ହଜାର କୋଟି ଟଙ୍କା ଆଗତ...
ଅରୁଣ ମିଶ୍ର ହେବେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷ
ନୂଆଦିଲ୍ଲୀ,୨ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ଦେଶର ପରବର୍ତ୍ତୀ ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି) ଅଧ୍ୟକ୍ଷ ନିଯୁକ୍ତ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...


