ବୁଗୁଡ଼ା,୧୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀର ଜଣେ ବି ଲୋକ ଟିକା ନେବାକୁ ଆସି ନ ଥିବା ବେଳେ ଗୋଲିଆ, ବାଦୁଆ, ଚିରିକିପଡ଼ା, କୁଶପଲ୍ଲୀ ଆଦି ଗ୍ରାମରେ ମଧ୍ୟ ଅଧିକାଂଶ ଲୋକ ଟିକା ନେବାକୁ ଆସୁ ନ ଥିବା ଜଣାପଡ଼ିଛି। ଗତ ୧୦ ତାରିଖରେ ଗୋଲିଆ, ବାଦୁଆ, ଚିରିକିପଡ଼ା ଓ ମରେଇପଲ୍ଲୀ ଗ୍ରାମରେ ସ୍ବାସ୍ଥ୍ୟ ଟିମ୍ ଟିକା ଦେବା ପାଇଁ ପହଞ୍ଚିଥିଲେ। ଟିକାକରଣ ନେଇ ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯିବା ସହ ଉକ୍ତ ଦିନ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ନିଜ ନିଜ ଅଞ୍ଚଳରେ ଘର ଘର ବୁଲି ଟିକା ନେବା ପାଇଁ ବୁଝାଇ ଥିଲେ। ତଥାପି ଅଧିକାଂଶ ଲୋକ ଟିକା ନେବାକୁ ରାଜି ହୋଇ ନ ଥିଲେ।
ଫଳରେ ଗୋଲିଆ, ବାଦୁଆରେ ମାତ୍ର ୧୦ ଜଣ, ଚିରିକିପଡ଼ାରେ ୨ ଜଣ ଟିକା ନେଇ ଥିବା ବେଳେ ଆଦିବାସୀ ବହୁଳ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀ ପଲ୍ଲୀରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ସହ ସ୍ବାସ୍ଥ୍ୟ ବିଭାଗ ଏଏନ୍ଏମ୍ ଘର ଘର ବୁଲି ଆଦିବାସୀମାନଙ୍କୁ ବୁଝାଇବା ସହ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରି ଶେଷରେ ନିରାଶରେ ଫେରିଥିଲେ ସ୍ବାସ୍ଥ୍ୟ ଟିମ୍। ଆଜି ଗୋଲିଆ ଏଏନ୍ଏମ ରେଶମା ରାଣୀ ସ୍ବାଇଁ କୁଶାପଲ୍ଲୀ ଗ୍ରାମକୁ ଯାଇ ବହୁ ବୁଝାଶୁଝା କଲା ପରେ ବି ମାତ୍ର ୫ ଜଣ ଟିକା ନେଇଥିବା ସେ କହିଛନ୍ତି l ଟିକା ନେବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ଗୋଲିଆ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ଓ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇ ଥିବା ନେଇ ଗାଁରେ ହାଲ୍ଲା ହୋଇଥିବାରୁ ଭୟରେ ଅଧିକାଂଶ ଲୋକ ଟିକା ନେବାକୁ ଡରୁଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ l ତେବେ ଯୁବକମାନେ ଟିକା ନେବାକୁ ଆଗ୍ରହୀ ଥିବା ସେ କହିଛନ୍ତି l ଆସନ୍ତା ୧୬ ତାରିଖ ମଧ୍ୟରେ ଗୋଲିଆ ପଞ୍ଚାୟତର ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ବେଳେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅଡୁଆରେ ପଡ଼ିଯାଇଛନ୍ତି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.