ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଏନେଇ ଅବଗତ କରାଯିବା ସହ ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମଧ୍ୟ ଲିଖିତ ଭାବେ ଜଣାଯାଇଛି। ମିଲ୍କୁ ବନ୍ଦ କରା ନ ଗଲେ ଜାତୀୟ ରାଜପଥକୁ ବନ୍ଦ କରାଯିବ ବୋଲି ଶାନ୍ତିସ୍ବରୂପ ସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଂଶୁପ୍ରକାଶ ସ, ରଞ୍ଜୁକ୍ତା ମହାପାତ୍ର, ଶକୁନ୍ତଳା ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।
କୁରୁଡ଼ାରେ ଥିବା ଏସ୍ଏସ୍ ଆଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ରାଇସ୍ମିଲ୍ରୁ ବାହାରୁଥିବା ବିଷାକ୍ତ ପ୍ରଦୂଷଣଯୁକ୍ତ ଅପରିଷ୍କାର ଜଳ, ପାଉଁଶକୁ ପ୍ରଦୂଷଣ ଆଇନ୍କୁ ଉଲ୍ଲଂଘନ କରି ସରକାରୀ ଜମିକୁ ଦୀର୍ଘ ଦିନ ଧରି ଛାଡିଆସୁଛି। ଫଳରେ ଗୋଚାରଣ ଭୂମିକୁ ନଷ୍ଟ କରିବା ସହ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ପ୍ରଭାବିତ କରୁଛି। ଏପରିକି କାରଖାନାରେ ଚାଉଳ ପରିଷ୍କାର କଲାବେଳେ ବାହାରୁଥିବା ତଷୁ ଉଡ଼ି ୧୬ନଂ. ଜାତୀୟ ରାଜପଥରେ ଯାଉଥିବା ମୋଟରସାଇକେଲ ଓ ସାଇକେଲ ଯାତ୍ରୀମାନଙ୍କ ଆଖିରେ ପଡ଼ି ଅନେକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ କୁରୁଡ଼ା ଓ ସରସ୍ବତୀପୁର ଅଞ୍ଚଳ ଅଧିବାସୀ ଗତ ୨୦୧୨ ନଭେମ୍ବର ୭ ତାରିଖଠାରୁ ଅଦ୍ୟାବଧି ସ୍ଥାନୀୟ ଓ ଜିଲା ପ୍ରଶାସନଙ୍କୁ ବିଭିନ୍ନ ସମୟରେ ଲିଖିତ ଜଣାଇଆସୁଛନ୍ତି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଅଞ୍ଚଳବାସୀ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.