Categories: ଖେଳ

ପେରେଜଙ୍କୁ ଦ୍ୱିତୀୟ ଫର୍ମୁଲା ଓ୍ବାନ ଟାଇଟଲ

ବାକୁ, ୭ା୬: ରେଡ୍‌ ବୁଲ୍‌ର ସର୍ଗିଓ ପେରେଜ ଆଜରବୈଜାନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ଓ ଆଲ୍‌ଫା ତାଉରିର ପିଏରେ ଗ୍ୟାସ୍‌ଲି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ରେଡ୍‌ ବୁଲ୍‌ ସହ ପେରେଜଙ୍କର ଏହା ପ୍ରଥମ ସିଜନ ହୋଇଥିବାବେଳେ କ୍ୟାରିୟରର ଦ୍ୱିତୀୟ ବିଜୟ।
ଅନ୍ୟପକ୍ଷରେ ଚାମ୍ପିୟଶିପ୍‌ ଟେବୁଲ୍‌ରେ ପୁଣି ପ୍ରଥମ ସ୍ଥାନ ଅଧିକାର କରିବା ଲାଗି ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ଯେଉଁ ଆଶା ରଖିଥିଲେ, ସେଥିରେ ବିଫଳ ହୋଇଥିଲେ। ପ୍ରଥମ ଟର୍ନରେ ସେ ପେରେଜଙ୍କଠାରୁ ଆଗରେ ରହିଥିଲେ। ମାତ୍ର ଟାୟାରରେ ସମସ୍ୟା ଦେଖାଦେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ୧୫ତମ ସ୍ଥାନରେ ରହିଥିଲେ। ଫଳରେ ଚାମ୍ପିୟନଶିପ୍‌ ଟେବୁଲରେ ରେଡ୍‌ ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ଏହି ମର୍ସିଡିଜ ଡ୍ରାଇଭରଙ୍କଠାରୁୁ ୪ ପଏଣ୍ଟ ବ୍ୟବଧାନରେ ଶୀର୍ଷରେ ରହିଛନ୍ତି। ଭର୍ଷ୍ଟାପେନ୍‌ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ରେସ୍‌ ଶେଷ କରିପାରି ନ ଥିଲେ। ରବିବାର ରେସ୍‌ ଶେଷ କରିପାରି ନ ଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଜର୍ଜ ରସେଲ (ଓ୍ବିଲିୟମ୍ସ), ଲାନ୍ସ ଷ୍ଟ୍ରୋଲ୍‌ (ଆଷ୍ଟନ ମାର୍ଟିନ) ଓ ଏଷ୍ଟିବାନ ଓକନ (ଆଲ୍‌ପାଇନ୍‌) ରେସ୍‌ରେ ଚତୁର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ଚାଲର୍‌ସ ଲେକରେକ୍‌ (ଫେରାରି), ଲାଣ୍ଡୋ ନୋରିସ (ମ୍ୟାକଲରେନ୍‌), ଫର୍ନାଣ୍ଡୋ ଆଲେଁାସୋ (ଆଲ୍‌ପାଇନ୍‌), ୟୁକି ଟିସୁନୋଡା (ଆଲ୍‌ଫା ତାଉରି), କାର୍ଲୋସ ସେଞ୍ଜ୍‌ ଜୁନିୟର (ଫେରାରି), ଡାନିଏଲ ରିକାର୍ଡୋ (ମ୍ୟାକଲରେନ) ଓ କିମି ରାଇକୋନେନ (ଆଲ୍‌ଫା ରୋମିଓ)। ହାମିଲଟନଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲ୍‌ଟେରୀ ବୋଟାସ ଦ୍ୱାଦଶ ସ୍ଥାନରେ ରହିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.