କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍। ଏହି ଡ୍ରୋନ୍କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି ଡ୍ରୋନ୍ସ ଏବଂ ଖପୁରିଆ ଆଇଟିଆଇ ସହଯୋଗରେ ଏହି ଡ୍ରୋନ ପ୍ରସ୍ତୁତ କରାଯାଇଛି। ଆଇଟିଆଇର ପ୍ରିନି୍ସପାଲ ହୃଷୀକେଶ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଏହି ଡ୍ରୋନ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିବ । ଏଥିସହ ଥରେ ଚାର୍ଜ କଲେ ଏହା ୩ ଘଣ୍ଟା କାର୍ଯ୍ୟ କରିବ । ଏହି ଡ୍ରୋନ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇ ୧୨୦ରୁ ୧୮୦ ଫୁଟ ଉଚ୍ଚତାରେ ଉଡ଼ିିପାରିବ । ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଭଳି ସଫଳତା ଦ୍ୱାରା ଛାତ୍ରୀଛାତ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଜ୍ଞାନକୌଶଳରେ କାମ କରିବାର ସୁଯୋଗ ପାଇବେ। ସେହିପରି ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବା ସହ ଭଲ ସ୍ଥାନରେ ନିଯୁକ୍ତି ମିଳିପାରିବ ବୋଲି ପ୍ରିନ୍ସିପାଲ କହିଛନ୍ତି। ସେହିପରି କଟକସ୍ଥିତ ଆଇଜି ଡ୍ରୋନସର ଅଧିକାରୀ ସମ୍ବିତ ପରିଡ଼ା କହିଛନ୍ତି, ଏହି ଡ୍ରୋନରେ ଦୁଇ ପ୍ରକାର କ୍ୟାମେରା ବ୍ୟବହାର କରାଯାଇଛି। ପ୍ରଥମଟି ୪୮ ମେଗା ପିକ୍ସେଲ ବିଶିଷ୍ଟ ହାଇ ରିଜୋଲ୍ୟୁଶନ ଆର୍ଜିବି କ୍ୟାମେରା। ଏଥିରେ ଦିନ ବେଳା ଫଟୋ ଓ ଭିଡିଓ କରିହେବ। ଦ୍ୱିତୀୟଟି ହେଉଛି ଇନଫ୍ରାରେଡ କ୍ୟାମେରା। ଏହାଦ୍ୱାରା ଡ୍ରୋନ ରାତିରେ ସହଜରେ ଉଡିପାରିବା ସହ ଫଟୋ ଓ ଭିଡିଓ କରିପାରିବ। ତେବେ ପ୍ରଥମେ ଏହା ଖଣି ଅଞ୍ଚଳରେ କାର୍ଯ୍ୟ କରିବ ବୋଲି ଯୋଜନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଉପାନ୍ତ ଅଞ୍ଚଳରେ ଟିକା ଯୋଗାଣ କାର୍ଯ୍ୟରେ ନିୟୋଜିତ କରାଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.