ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗୋଟିଏ ଦିନର ବିରତି ପରେ ବୁଧବାର ପୁଣି ଥରେ ତେଲ ଦର ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବଢ଼ି ୯୭.୪୨ ଟଙ୍କା ଏବଂ ଡିଜେଲ ୧୪ ପଇସା ଊର୍ଦ୍ଧ୍ୱରେ ରହି ୯୫.୨୫ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସାରା ଦେଶରେ ପେଟ୍ରୋଲ ଦର ଐତିହାସିକ ରେକର୍ଡ ସ୍ତରରେ ରହିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ପେଟ୍ରୋଲ ୨୨ରୁ ୨୫ ପଇସା ଏବଂ ଡିଜେଲ ୧୨ରୁ ୧୪ ପଇସା ବଢ଼ିଛି। ଚଳିତ ମାସରେ ମୋଟ ୯ ଥର ତେଲ ଦର ବୃଦ୍ଧି ପାଇଛି। ନୂଆ ମୂଲ୍ୟ ବୃଦ୍ଧି ଯୋଗୁ ଭାରତର କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଏବଂ ଡିଜେଲ ୧୦୧ ଟଙ୍କା ସ୍ତର ଛୁଇଁଛି।
ନୂଆଦିଲ୍ଲୀରେ ପେଟ୍ରୋଲ ୨୫ ପଇସା ମହଙ୍ଗା ହେବାରୁ ଦର ୯୬.୬୬ ଟଙ୍କା ରହିଛି। ସେହିଭଳି ଡିଜେଲ ୧୩ ପଇସା ବଢ଼ି ୮୭.୪୧ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ୨୪ ଓ ୧୪ ପଇସା ଊର୍ଦ୍ଧ୍ୱରେ ରହି ଦର ଯଥାକ୍ରମେ ୧୦୨.୮୨ ଟଙ୍କା, ୯୪.୮୪ ଟଙ୍କା ରହିଛି। କୋଲକାତାରେ ଏହି ଦର ୯୬.୫୮ ଟଙ୍କା ଏବଂ ୯୦.୨୫ ଟଙ୍କା ଛୁଇଁଛି। ଏହାବାଦ ଚେନ୍ନାଇରେ ୯୭.୯୧ ଟଙ୍କା, ୯୨.୦୪ ଟଙ୍କାରେ ବିକ୍ରି ହେଉଛି। ଚଳିତ ମାସ ଅଦ୍ୟାବଧି ପେଟ୍ରୋଲ ଲିଟର ପିଛା ୨.୪୨ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ଡିଜେଲ ୨.୨୬ ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ିଛି।
ଦେଶର ୧୧ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଛି। ତେଲ ଦର ବଢ଼ିବା ଯୋଗୁ ଦେଶ ମଧ୍ୟରେ ଦରଦାମ ମଧ୍ୟ ବଢ଼ିଛି। ତେଲ ଦର ବୃଦ୍ଧି ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ନେଇ ଏକ ସମାଧାନ ପନ୍ଥା ବାହାର କରିବା ଲାଗି ଗୁରୁବାର ପେଟ୍ରୋଲିୟମ ଷ୍ଟାଣ୍ଡିଂ କମିଟି ବୈଠକ ବସୁଛି। ଲକ୍ଡାଉନ ଯୋଗୁ ତେଲ ଚାହିଦା ହ୍ରାସ ହୋଇଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ତେଲରୁ ବୃହତ୍ ପରିମାଣର ରାଜସ୍ବ ଆଦାୟ କରିଛନ୍ତି। କେନ୍ଦ୍ର ସରକାର ଗତ ବର୍ଷ ମେ ମାସରେ ତେଲ ଉପରେ ୧୦ଟଙ୍କାର ଉତ୍ପାଦ ଟିକସ ବଢ଼ାଇଥିଲେ। ଫଳରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ବର୍ତ୍ତମାନ ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କାକୁ ବୃଦ୍ଧି ହୋଇଛି। ୨୦୨୦-୨୧ର ୯ ମାସରେ କେନ୍ଦ୍ର ସରକାର ୨.୩୫ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଟିକସ ଆଦାୟ କରିଛନ୍ତି। ୨୦୧୯-୨୦ ତୁଳନାରେ ଏହା ୬% ଅଧିକ। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୨.୯୧ ଡଲାର ଏବଂ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ଦର ୭୦.୯୪ ଡଲାର ରହିଥିବା ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.