ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ। ଏହାପରେ ପୀୟୁଷ ୨୦୧୧ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍ରେ ସାମିଲ ଥିଲେ। ସେତେବେଳେ ୨୨ ବର୍ଷର ହୋଇଥିଲେ ସେ। ହେଲେ ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ସେ। ଏଣୁ ସଚିନଙ୍କ ପରେ ଭାରତ ପାଇଁ ଖେଳିଥିବା ଅନ୍ୟତମ ଯୁବ ଖେଳାଳି ଭାବେ ତାଙ୍କୁ ଗଣାଯାଏ। ଟିମ୍ରେ ଉପଲବ୍ଧି ଛଡ଼ା ପିୟୁଷଙ୍କ ଲଭ୍ଲାଇଫ୍ ବେଶ ରୋମାଞ୍ଚକ।
ପ୍ରେମ ବିବାହ କରିଥିଲେ ପୀୟୁଷ। ସେ ଓ ତାଙ୍କ ସ୍ତ୍ରୀ ଅନୁଭୂତି ପଡୋଶୀ ଥିଲେ। ମୁରଦାବାଦର ହୋଇଥିବା ସତ୍ତ୍ୱେ ଦିଲ୍ଲୀରେ ହିଁ ତାଙ୍କର ପ୍ରେମର ଗାଡ଼ି ଗଡ଼ିଥିଲା। ଅନୁଭୂତିଙ୍କ ଦୁଇ ଭାଇ ଡାକ୍ତର ହୋଇଥିବାରୁ ସେମାନଙ୍କର ଲଗାତାର ବଦଳି ହେଉଥିଲା। ଏଣୁ ଅନୁଭୂତି ଦିଲ୍ଲୀରେ ରହୁଥିଲେ। ପୀୟୁଷ ମଧ୍ୟ ବାପାଙ୍କୁ ମିଛ କହି ଦିଲ୍ଲୀରେ ଘର ନେଇଥିଲେ। ଉଭୟ ଦିଲ୍ଲୀରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ବିବାହ କରିଥିଲେ।
ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ ପୀୟୁଷ। ଏହାପରେ ସେ ୨୦୦୭ରେ ବାଂଲାଦେଶ ବିପକ୍ଷରେ ସେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ୨୦୧୨ରେ ସେ ଶେଷ ଥର ପାଇଁ ଭାରତ ପାଇଁ ଖେଳିଥିଲେ ହେଁ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ସହ ଜଡ଼ିତ ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.