ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି ଅନୁମତି ମିଳିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ମଙ୍ଗଳବାର ଏହା ଜଣାପଡ଼ିଛି। ଆୟୋଜକ ଦେଶର କଠୋର କ୍ୱାରାଣ୍ଟାଇନ୍ ନିୟମ ଦୃଷ୍ଟିରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବିସିସିଆଇର କୌଣସି ଅଫିସିଆଲ ଉପସ୍ଥିତ ରହିପାରିନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥାମ୍ପଟନରେ ହେବ। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ମଧ୍ୟ ଅନୁମତି ମିଳିବନାହିଁ। ସାଧାରଣତଃ ଟେଷ୍ଟ ମ୍ୟାଚ ପୂର୍ବରୁ ଯଦି କୌଣସି ପ୍ରଶାସକ ଯାଆନ୍ତି ସେ ଖେଳାଳି ହୋଇ ନ ଥିବାରୁ ତାଙ୍କୁ ୧୦ ଦିନ କଠୋର କ୍ୱାରାଣ୍ଟାଇନରେ ରହିବାକୁ ହୋଇଥାଏ। ଟିମ୍ ପାଇଁ ରହିଥିବା ନିୟମ ସଭାପତି ଓ ସମ୍ପାଦକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ବିସିସିଆଇ ଅଫିସିଆଲ ଜଣକ କହିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳ ଲଣ୍ଡନ ବାଟ ଦେଇ ସାଉଥାମ୍ପଟନ ଯିବ। ମହିଳା ଦଳ ଜୁନ୍ ୧୬ରୁ ୧୯ ବ୍ରିଷ୍ଟଲଠାରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାପୂର୍ବରୁ ସେମାନଙ୍କୁ ପୁରୁଷ ଦଳ ସହ ସାଉଥାମ୍ପଟନସ୍ଥିତ ହୋଟେଲ ହିଲ୍ଟନରେ କଠିନ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। କ୍ୱାରାଣ୍ଟାଇନ ପିରିୟଡ ଶେଷ ହେବା ପରେ ମହିଳା ଦଳ ବ୍ରଷ୍ଟେଲ ଗସ୍ତ କରିବ। ଉଭୟ ଭାରତୀୟ ଦଳ ଭାରତରେ (ନିଜ ଘରେ ଓ ହୋଟେଲରେ) ୧୪ ଦିନ କ୍ୱାରାଣ୍ଟାଇନରେ ରହିଛନ୍ତି। ସେମାନଙ୍କର ୬ଥର ଆରଟି-ପିସିଆର୍ ନେଗେଟିଭ ଟେଷ୍ଟ ହୋଇଛି। ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଲଣ୍ଡନ ଯାତ୍ରା କରିବେ। ସେଠାରେ ସେମାନେ ହୋଟେଲ ରୁମ୍ରେ ୩ ଦିନ କଠିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଜିମ୍ନାସିୟମ ବ୍ୟବହାର କରିପାରିବେ ଏବଂ ନେଟ୍ ଟ୍ରେନିଂ କରିପାରିବେ। ୨୪ଜଣିଆ ପୁରୁଷ ଦଳ ଦୁଇ ଭାଗରେ ବିଭକ୍ତ ହୋଇ ୩ ଦିନିଆ ପ୍ରାକ୍ଟିସ ମ୍ୟାଚ ଖେଳିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.