ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଦେଶରେ ଏକ ଲକ୍ଷ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦକ୍ଷ ଭାବରେ ତାଲିମ ଦିଆଯିବ ଏବଂ ନୂତନ ଜିନିଷ ଶିକ୍ଷା ଦିଆଯିବ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ସତର୍କତା ସହିତ ଆମକୁ ଆଗାମୀ ଆହ୍ବାନର ମୁକାବିଲା କରିବାକୁ ପଡିବ। ଏହି ଲକ୍ଷ୍ୟ ସହିତ ଆଜି ଦେଶରେ ପ୍ରାୟ ଏକ ଲକ୍ଷ ଫ୍ରଣ୍ଟଲାଇନ କରୋନା ୱାରିୟର୍ସଙ୍କୁ ତାଲିମ ଦେବା ପାଇଁ ଏକ ମହାଅଭିଯାନ ଆରମ୍ଭ ହେଉଛି। ଏହି ପାଠ୍ୟକ୍ରମ ଦୁଇରୁ ତିନି ମାସ ମଧ୍ୟରେ ଶେଷ ହେବ। ଏହି ଲୋକମାନେ ମଧ୍ୟ ତୁରନ୍ତ କାମ ପାଇଁ ଉପଲବ୍ଧ ହେବେ ବୋଲି ସେ କହିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଆମେ ଦେଖିଛୁ ଯେ ଏହି ଭୂତାଣୁର ପରିବର୍ତ୍ତନଶୀଳ ରୂପ ଆମ ସାମ୍ନାରେ କି ପ୍ରକାର ଚ୍ୟାଲେଞ୍ଜ ଆଣିପାରେ। ଏହି ଭୂତାଣୁ ଏପର୍ଯ୍ୟନ୍ତ ଆମ ମଧ୍ୟରେ ଅଛି ଏବଂ ଏହାର ପରିବର୍ତ୍ତନ ହେବାର ସମ୍ଭାବନା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.