ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଆସନ୍ତାକାଲିର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି ଯେ, ଆସନ୍ତାକାଲି ଜୁନ ୨୧ରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ସୁସ୍ଥତା ପାଇଁ ଯୋଗ ’(Yoga For Wellness), ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ। ସେ କହିଛନ୍ତି ଯେ, ସେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଆସନ୍ତାକାଲି ସକାଳ ପ୍ରାୟ ୬.୩୦ ସମୟରେ ସମ୍ବୋଧିତ କରିବେ।
ସୂଚନାଯୋଗ୍ୟ, ୨୧ ଜୁନ ୨୦୧୫ରେ, ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ପ୍ରାୟ ୩୬,୦୦୦ ଲୋକ ଅଂଶଗ୍ରହଣ କରିଥିଲେ। ଏଥିସହ ପ୍ରାୟ ୮୪ଟି ଦେଶର ପ୍ରତିନିଧି ମଧ୍ୟ ଯୋଗର ୨୧ ଆସନ ପ୍ରଦର୍ଶନ କରିଥିଲେ। ଏହି କରୋନା ଅବଧିରେ ଯୋଗ ସୁସ୍ଥ ରହିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.