ଅପହୃତା ନାବାଳିକାଙ୍କୁ ଖୋଜୁନି ପୋଲିସ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ବିଧବା ମା’। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତ ନ କରି ଚୁପ୍‌ ବସିଛି। ମହିଳା ଜଣକ ୨ ମାସ ହେବ ଥାନାକୁ ଦୌଡ଼ି ନିରାଶ ହେବା ପରେ ନ୍ୟାୟ ପାଇବା ପାଇଁ ଶେଷରେ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମହିଳା ଜଣକ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳରେ ରୁହନ୍ତି। ଗତ ଏପ୍ରିଲ ୫ରେ ତାଙ୍କ ନାବାଳିକା ଝିଅକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଏକ ମାମଲା(୨୨୧/୨୧) ରୁଜୁ କରିଥିଲା। ହେଲେ ମହିଳା ଜଣକ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସମ୍ପୃକ୍ତ ଅଭିଯୁକ୍ତ ଜଣକ ରାଜଧାନୀର ଦିବାଲୋକରେ ଗାଡ଼ି ଧରି ବୁଲୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରୁନାହିଁ। ଲକ୍‌ଡାଉନ୍‌ ପାଇଁ ପୋଲିସ କିଛି କରିପାରୁ ନ ଥିବା ଥାନା ପକ୍ଷରୁ କୁହାଯାଉଛି। ଏମିତିକି ତାଙ୍କ ନାବାଳିକା ଝିଅକୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରି ମହିଳା ଜଣକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ତାଙ୍କ କଥା ଶୁଣୁ ନାହିଁ। ଘଟଣା ସମ୍ପର୍କରେ ଥାନା ଆଇଆଇସି ଓ ଏସିପିଙ୍କୁ ଏକାଧିକ ଥର ଭେଟି ଝିଅକୁ ଉଦ୍ଧାର ପାଇଁ ନେହୁରା ହେବା ସତ୍ତ୍ୱେ ବାହାନା ଦେଖାଇ ସମୟ ଗଡ଼ାଉଛନ୍ତି। କିଛିଦିନ ତଳେ ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଗାଡ଼ି ଧରି ବୁଲୁଥିବା ଦେଖି ଥାନାକୁ ଜଣାଇଥିଲେ ମହିଳା। ହେଲେ ପୋଲିସ ତାଙ୍କୁ ଗିରଫ କରି ନ ଥିଲା। ଫଳରେ ଅଭିଯୁକ୍ତ ଜଣକ ତାଙ୍କୁ ଫୋନ୍‌ କରି ଧମକ ଦେଉଛନ୍ତି। ତୋ ଝିଅକୁ ମାରିଛୁ, ତୋତେ ମଧ୍ୟ ମାରିଦେବୁ। ତୁ କ’ଣ କରିବୁ, କୋଉ ଥାନାକୁ ଯିବୁ ଯା’ ବୋଲି ଅଭିଯୁକ୍ତ କହିଛନ୍ତି। ଏନେଇ ମଧ୍ୟ ଥାନାଧିକାରୀଙ୍କୁ ଜଣାଇଥିବା ସେ ଉଲ୍ଲେଖ କରିଛନ୍ତି। ଏପରିକି ଟଙ୍କା ନ ଥିବାରୁ ଥାନାରେ କିଛି ଦେଇପାରି ନାହିଁ। ତେଣୁ ପୋଲିସ କିଛି କରୁ ନ ଥିବା ସେ କମିଶନରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ନିବେଦନ କରିଛନ୍ତି। ତେବେ ଥାନାଧିକାରୀଙ୍କ ବିରୋଧରେ କମିଶନରଙ୍କୁ ଏଭଳି ଅଭିଯୋଗ ପୋଲିସର କାର୍ଯ୍ୟଧାରା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନିଖୋଜ ନାବାଳିକାଙ୍କୁ ଉଦ୍ଧାର ଲାଗି ସ୍ବତନ୍ତ୍ର ସେଲ୍‌ କରାଯାଇଥିଲେ ମଧ୍ୟ ଏହି ମାମଲାରେ ପୋଲିସ କାହିଁକି ଚୁପ୍‌ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସମ୍ପର୍କରେ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ‘ଅଭିଯୁକ୍ତ କେଉଁଠି ଅଛି ଜାଣିଛୁ, ଆମର ଅସୁବିଧା ଅଛି ବୋଲି ଧରିନାହୁଁ। ତେବେ ଅଭିଯୁକ୍ତଙ୍କୁ ଧରିବାରେ କ’ଣ ଅସୁବିଧା ଅଛି ବୋଲି ପଚାରିବାରୁ, ଏହା ଏକ ନାବାଳିକା ମାମଲା, ଏ ସମ୍ପର୍କରେ କିଛି କହିପାରିବି ନାହିଁ ବୋଲି ଉତ୍ତେଜିତ ଗଳାରେ କହି ସେ ଅଧାରୁ ଫୋନ୍‌ କାଟିଦେଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.