ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡିଆପଶିରେ। ପଡିଆପଶି ଛକରେ ଥିବା ଏକ ଭେରାଇଟି ଷ୍ଟୋରରୁ ଶୁକ୍ରବାର ବିଲମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଭେରାଇଟି ଷ୍ଟୋରର ଆଜ୍ବେଷ୍ଟସ ଭାଙ୍ଗି ଘର ଭିତରେ ପଶି ଭିତର ପଟୁ କବାଟ ବନ୍ଦ କରି ୩ଜଣ ଚୋରି କରୁଥିଲେ। ସେହି ସମୟରେ ଗ୍ରାମବାସୀ ଓ ପୋଲିସ ତାଙ୍କୁ କାବୁ କରିନେଇଥିଲେ। ହେଲେ ଘଟଣାସ୍ଥଳରୁ ଜଣେ ଚୋର ଫେରାର ହୋଇଯାଇଥିବା ବେଳେ ଆଉ ୨ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଏସ୍ଆଇ ସୁଶାନ୍ତ ମଣୀ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନାର ଏଏସ୍ଆଇ ବିଜୟ ଖଟୁଆ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗିରଫ ହୋଇଥିବା ଚୋର ୨ଜଣ ହେଉଛନ୍ତି ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ (୨୧) ଓ ସରୋଜ କୁମାର ରାଉତ(୨୭)। ଉଭୟ ଯୋଡାରେ ଏକ କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.