କାମାକ୍ଷାନଗର,୧।୬(ଡି.ଏନ.ଏ.)
ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ।
ପ୍ରକାଶ ଯେ, କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଦୀର୍ଘଦିନ ହେବ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି କରୁ ନ ଥିବାରୁ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଏଠାରେ ଦୁର୍ଘଟଣା ମଧ୍ୟ ଘଟୁଥିଲା। ତେଣୁ ଜନସାଧାରଣଙ୍କ ଏହି ଅସୁବିଧା ଦୂର କରିବାକୁ ଥାନା ଅଧିକାରୀଙ୍କ ସହ କର୍ମଚାରୀମାନେ ମନ ବଳାଇଥିଲେ। ସେମାନେ ଏକ କମ୍ପାନୀଠାରୁ ମରାମତିରେ ବ୍ୟବହୃତ ସାମଗ୍ରୀ ସଂଗ୍ରହ କରି ସହର ରାସ୍ତାରେ ଥିବା ଖାଲଖମା ମରାମତି କରିଥିଲେ। କାମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କ ସହ କର୍ମଚାରୀ ଅରବିନ୍ଦ ମଲ୍ଲିକ, ପ୍ରମୋଦ ଖୁଣ୍ଟିଆ, ବିଭୂତି ପ୍ରଧାନ, ସଞ୍ଜୟ ଦେହୁରୀ, ନିରାକାର ନାୟକ, ଭୀମସେନ ସିଂହ, ସୁଦାମ ସାହୁ, ହର ଗୋବିନ୍ଦ ପାଳ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ଡାଳୁଆ କହିଛନ୍ତି, ରାସ୍ତା ମରାମତି ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ପଦକ୍ଷେପ ନିଆଗଲା ନାହିଁ। ତେଣୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଥାନା କର୍ମଚାରୀମାନେ ଖାଲଖମା ମରାମତି କରିଥିଲେ।
୨୫୮ ବିଦ୍ୟାଳୟରେ ‘ଷ୍ଟେମ୍’ ଶିକ୍ଷାର ଶୁଭାରମ୍ଭ
ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ପକ୍ଷରୁ ‘ଷ୍ଟେମ୍’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ...
ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍
ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...
ଓ୍ବେବ୍ସାଇଟରେ ପ୍ରଭାବ ଏବଂ ପଇସା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୧୨୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ନଳକୂଅ ଧରାଇ ନୀରବ
ବଇଣ୍ଡା,୧୦ା୬: ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍...
ଆହୁରି ୩ ଦିନ ବର୍ଷା
ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା...


