ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚକାଙ୍କର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ଏଥିରେ କେରଳ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସ୍ଥାନ ହାସଲ କରିଥିବା ବେଳେ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଭାବେ ବିବେଚିତ ହୋଇଛି। ତାଲିକାରେ ଓଡ଼ିଶାର ର଼୍ୟାଙ୍କ ଖସିଛି। ୨୦୨୦-୨୧ ଅବଧି ଲାଗି ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନକୁ ଖସିଛି। ୨୦୧୯ରେ ୫୮ ସ୍କୋର ସହ ଏହା ୧୫ ତମ ସ୍ଥାନରେ ଥିଲା। ସେହିଭଳି ୨୦୧୮ରେ ୫୧ ସ୍କୋର ସହ ଏହି ରାଜ୍ୟ ୨୨ତମ ସ୍ଥାନରେ ଥିଲା। ରାଜ୍ୟଗୁଡିକର ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଭଳି ବିଭିନ୍ନ ମାନକ ଆଧାରରେ ଏଭଳି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସାରା ଦେଶ କଥା ବିଚାରକୁ ନେଲେ ଭାରତର ସ୍କୋର ୬ ପଏଣ୍ଟ ବୃଦ୍ଧି ହୋଇ ୬୦ରୁ ୬୬କୁ ବଢିଛି। ଭାରତ ସ୍ବଚ୍ଛ ଜଳ ଯୋଗାଣ, ସୁଲଭ ଏବଂ ସ୍ବଚ୍ଛ ଇନ୍ଧନ ଭଳି ଯୋଗାଣ କରିବାରେ ଅଗ୍ରଗତି କରିଥିବାରୁ ଉନ୍ନତ ପଏଣ୍ଟ ହାସଲ କରିଛି।
ତାଲିକାର ପ୍ରଥମ ସ୍ଥାନରେ ରହିଥିବା କେରଳ ୭୫ ସ୍କୋର ହାସଲ କରିଛି। ୭୪ ସ୍କୋର ସହ ଉଭୟ ହିମାଞ୍ଚଳ ପ୍ରଦେଶ ଏବଂ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଏବଂ ଆସାମ ରହିଛନ୍ତି। ୭୯ ସ୍କୋର ସହ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପରେ ପରେ ୬୮ ସ୍କୋର ସହ ଦିଲ୍ଲୀ ରହିଛି। ୨୦୨୦-୨୧ର ଟପ୍ ଗେନର ସ୍ଥାନରେ ମିଜୋରାମ, ହରିୟାଣା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ୨୦୧୯ ତୁଳନାରେ ଏମାନଙ୍କ ସ୍କୋରରେ ବେଶ୍ ଉନ୍ନତି ଆସିଛି। ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିୟାଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦୀପ, ଆଣ୍ଡାମାନ ଆଣ୍ଡ ନିକୋବର, ଜମ୍ମୁ କଶ୍ମୀର ଏବଂ ଲଦାଖ ଫ୍ରଣ୍ଟ ରନର ବର୍ଗରେ ରହିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଜରାଟ ଏବଂ ଦିଲ୍ଲୀ ଟପ୍ ପରଫରମର ରହିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୨୧ ରାଜ୍ୟ ଏବଂ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କେରଳ ଏବଂ ଚଣ୍ଡିଗଡ଼ ଆଗରେ ରହିଛନ୍ତି। ସେହିଭଳି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ ଏବଂ ଦିଲ୍ଲୀ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏହାବାଦ୍ ଅସମାନତା ହ୍ରାସ କ୍ଷେତ୍ରରେ ମେଘାଳୟ ଏବଂ ଛତିଶଗଡ଼ ବେଷ୍ଟ ପରଫରମର ରହିଛନ୍ତି। ଏଭଳି ଏକ ତାଲିକା ପ୍ରକାଶ ଦ୍ୱାରା ରାଜ୍ୟଗୁଡିକର ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କିଭଳି ଅଗ୍ରଗତି ହାସଲ କରୁଛନ୍ତି ତା’ର ମନିଟରିଂ କରାଯାଉଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୨୦୧୮ରେ ପ୍ରଥମ ଥର ଲାଗି ଏଭଳି ସୂଚକାଙ୍କ ପ୍ରକାଶ ପାଇଥିଲା। ଜାତିସଂଘ ସହଯୋଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.