ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍ରେ ଭାରତୀୟ ରେସ୍ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଦହିୟା କ୍ରମାଗତ ୩ଟି ବିଜୟ ହାସଲ କରି ୬୧ କେ.ଜି. ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ସେ ଫାଇନାଲରେ ଉଜେବେକସ୍ତାନର ଗୁଲୋମଜୋନ ଅବଦୁଲାଏଭଙ୍କଠାରୁ ୩-୫ ବ୍ୟବଧାନରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ଅବଦୁଲାଏଭଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ମଧ୍ୟ ଫାଇନାଲରେ ଏହି ପ୍ରଦର୍ଶନକୁ ଦୋହରାଇପାରି ନ ଥିଲେ।
ସଫଳ ହୋଇଥିଲେ ଦାହିୟା ୨୦୨୧ ସେସନରେ ତାଙ୍କର ଦ୍ୱିତୀୟ ଟାଇଟଲ ହାସଲ କରିଥାନ୍ତେ। କିନ୍ତୁ ବାକି ସବୁ ମ୍ୟାଚ୍ରେ ସେ ଦମ୍ଦାର ପ୍ରଦର୍ଶନ କରିଥିଲେ। ସବୁ ପ୍ରତିପକ୍ଷ ରେସ୍ଲର ଦହିୟାଙ୍କ ବାମଗୋଡକୁ ଟାର୍ଗେଟ କରିଥିଲେ। ତେବେ ଏସିଆନ ଚାମ୍ପିୟନ ଓ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ଦହିୟା ସମସ୍ତଙ୍କୁ ଚକ୍ମା ଦେଇଥିଲେ। ଚଳିତ ସେସନର ଦ୍ୱିତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦହିୟା ପ୍ରଥମ ମୁକାବିଲାରେ ୧୦-୧ରେ ଉଜ୍ବେକିସ୍ତାନର ଗଲୋମଜୋନ ଅବଦୁଲାଏଭଙ୍କୁ ହରାଇଥିଲେ। ଏହାପରେ ସଂଘର୍ଷ କରିଥିଲେ ମଧ୍ୟ ସେ କାଜାଖସ୍ତାନର ଅଡ୍ଲାନ ଅସ୍କାରୋଭଙ୍କୁ ୧୩-୮ରେ ପରାସ୍ତ କରିଥିଲେ। ଏହାପରେ ସେ ଆମେରିକାର ନାଥନ ଖଲିଦ ତୋମାସେଲୋଙ୍କୁ ୯-୫ରେ ହରାଇ ସେମିକୁ ଉଠିଥିଲେ। ସେମିରେ ଇରାନର ରେଜା ଅହମମାଦାଲି ଅଟ୍ରିନାଘାର୍ଚିଙ୍କୁ ୭-୪ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.