ପାଟନା,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ବିହାରରେ ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ରାଜ୍ୟରେ କରୋନା ମହାମାରୀ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାବେଳେ ଶାସକ ଏବଂ ବିରୋଧୀ ଗଦାଗଦା ମୃତଦେହକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ସରକାରୀ ତାଲିକାରେ ଜୁନ୍ ୭ ସୁଦ୍ଧା ମୃତକଙ୍କ ସଂଖ୍ୟା ୫,୪୨୪ ରହିଛି। ତେବେ ଏହା ଭୁଲ୍ ବୋଲି ଅଭିଯୋଗ ହୋଇଛି। ପ୍ରକୃତ ମୃତକଙ୍କ ସଂଖ୍ୟା ୯,୩୭୫ ଥିବା କୁହାଯାଉଛି। ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି। ମେ’ ୧୭ରେ ହାଇକୋର୍ଟଙ୍କ ତାଗିଦ୍ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମୃତକଙ୍କ ଗଣତି ନୂଆ ପ୍ରକାରେ ଆରମ୍ଭ କରଥିଲେ। ମେ’ ୧୮ଠାରୁ ଏହା ଆରମ୍ଭ ହୋଇଥିଲା। ତେବେ ବି ହିସାବ ଭୁଲ୍ ହୋଇଥିବା ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସରକାର ଜାଣିଶୁଣି ମୃତ୍ୟୁ ସଂଖ୍ୟା ଲଚାଉଥିବା କଂଗ୍ରେସ ପକ୍ଷରୁ ପ୍ରେମଚାନ୍ଦ୍ ମିଶ୍ରା କହିଛନ୍ତି। ନୀତୀଶ ସରକାର ୭୦ ପ୍ରତିଶତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସେ ଅଭିଯୋଗ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.