ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ନୟାଗଡ଼ ଟାଉନର ସନ୍ତୋଷ କୁମାର ମହାରଣା। ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା(ନଂ ୨୯୪/୨୧) ରୁଜୁ ହୋଇଛି।
ନୟାଗଡ଼ର ଏକ କଲେଜରେ ପଢୁଥିବା ବେଳେ ସନ୍ତୋଷଙ୍କ ସହ ଛାତ୍ରୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ଦେଢ଼ ମାସ ତଳେ ପରିବାର ଲୋକେ ଏହା ଜାଣିବା ପରେ ଝିଅକୁ ଗାଁକୁ ନେଇ ଆସିଥିଲେ। ନିକଟରେ ଝିଅକୁ ଅନ୍ୟତ୍ର ବିବାହ କରିବାକୁ ପରିବାର ଲୋକ ଠିକ୍ କରିଥିଲେ। ହେଲେ ଏହି ଖବର ସନ୍ତୋଷ ଜାଣି ରାଗରେ ଝିଅର କେତେକ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲେ। ଏପରି କି ବିବାହ ଠିକ୍ ହୋଇଥିବା ଯୁବକଙ୍କ ନିକଟକୁ ଫଟୋ ପଠାଇଥିଲେ। ଏନେଇ ଛାତ୍ରୀଙ୍କ ମା’ ବୁଧବାର ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବୁଗୁଡ଼ା ଥାନା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଘଟଣାର ତଦନ୍ତ କରି ଗୁରୁବାର ସନ୍ତୋଷଙ୍କୁ ଗିରଫ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.