ବାଦଲ ଭୂୟଁା
କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ ଅଛନ୍ତି। ଅନେକ ସମୟରେ ଏହି ଭୟ, ଦୁଶ୍ଚିନ୍ତା ଓ ନକାରାତ୍ମକ ଚିନ୍ତା ହିଁ ମଣିଷ ପାଇଁ ଘାତକ ସାବ୍ୟସ୍ତ ହେଉଛି। ତେଣୁ ରୋଗୀ ହୁଅନ୍ତୁ କି ସୁସ୍ଥ ମଣିଷ କରୋନା କାଳରେ ସମସ୍ତେ ନିଜ ଭିତରେ ସକାରାତ୍ମକ ଭାବନା ଉଦ୍ରେକ କରିବା ଜରୁରୀ। ସକାରାତ୍ମକ ଭାବନା ମନକୁ ଆପେ ଆସେ ନାହିଁ। ଏଥିପାଇଁ କିଛି ଭଲ କାମ କରିବାକୁ ହୁଏ, ଭଲ କଥା ପଢ଼ିବାକୁ ହୁଏ, ଭଲ ବିଷୟ ଦେଖିବାକୁ ହୁଏ। ତେଣୁ କରୋନା କାଳରେ ନିଜକୁ ସୁସ୍ଥ ଓ ସକାରାତ୍ମକ ରଖିବା ପାଇଁ ଆସନ୍ତୁ କିଛି ଆଲୋଚନା କରିବା।
ପ୍ରଥମ କଥା ନିଜେ ସତର୍କ ରହନ୍ତୁ। ପରିବାର ଓ ଆଖପାଖର ଲୋକଙ୍କୁ ବି ସତର୍କ କରାନ୍ତୁ। ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମୟ ସମୟରେ ଜାରି ସତର୍କତା ସୂଚକ ସମସ୍ତ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ। ଏହାଦ୍ୱାରା ନିଜକୁ ସଂକ୍ରମିତ ହେବାରୁ ଅନେକ ମାତ୍ରାରେ ରକ୍ଷା କରିପାରିବେ। ସୁସ୍ଥ ଓ ନିରାପଦ ରହିଲେ ସକାରାତ୍ମକତା ବଢ଼ିବ। କରୋନା ସମୟରେ ବାହାରକୁ ଯିବା କମିଛି। ଏଥିସହ ଘରେ ଅଧିକ ସମୟ ମିଳୁଛି। ଏହି ସମୟର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ଭଲ ଭାବରେ ନିଜ ସମୟର ଉପଯୋଗ କରିବା, ଆମ ମନରେ ସେତେ ସକାରାତ୍ମକ ଚିନ୍ତା ଓ ଚେତନା ବୃଦ୍ଧି ପାଇବ। ପ୍ରାଣାୟାମ, ବ୍ୟାୟାମ ପାଇଁ ପ୍ରତିଦିନ କିଛି ସମୟ ଦେବା ଜରୁରୀ। ପକରୋନା କାଳରେ ସମସ୍ତେ ପ୍ରତ୍ୟହ ଖବରକାଗଜ ପଢ଼ିବା ଦରକାର। ଏହାଦ୍ୱାରା ଆମେ ନିଜ ଆଖପାଖରୁ ନେଇ ଦେଶ ଦୁନିଆର ଖବର ଜାଣିବା ସହ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବା। ଖବରକାଗଜ ଆମକୁ ଦୈନନ୍ଦିନ ଖବର ସହ ଖେଳ, ସାହିତ୍ୟ, ବିଜ୍ଞାନ, ମନୋରଞ୍ଜନ ଆଦି ସବୁ କ୍ଷେତ୍ରରେ ଖବର ଆଣି ନିଜ ଘରେ ଯୋଗାଇ ଦେଇଥାଏ। ଏହା ମନକୁ ସତେଜ ରଖିବାରେ ସହାୟକ ହୁଏ। ଏହାଛଡ଼ା ଅଧିକରୁ ଅଧିକ ଭଲ ବହି ପଢ଼ି ନିଜ ଜ୍ଞାନ ବୃଦ୍ଧି କରିପାରିବା। କରୋନା କାଳରେ ପୁଷ୍ଟିକର ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ। କେଉଁ ଖାଦ୍ୟ ପୁଷ୍ଟିକର ଓ ସ୍ବାସ୍ଥ୍ୟ ପାଇଁ ଭଲ ସେ ସମ୍ପର୍କରେ ଆମେ ସମସ୍ତେ ଊଣାଅଧିକେ ଅବଗତ। ତେଣୁ ଫଳ, ସତେଜ ପନିପରିବା, ଶାଗ, କ୍ଷୀର, ଦହି ଆଦି ଅଧିକ ପରିମାଣରେ ଖାଇବା ଉଚିତ।
ମହିଳା ହୁଅନ୍ତୁ କି ପୁରୁଷ କରୋନା ସମୟରେ ଅନେକ ଲୋକ ଘରେ ରହି ନିଜ ରୋଷେଇ କରିବା ସଉକକୁ ପୂରା କରୁଛନ୍ତି। ତାହା ଖୁବ୍ ଭଲ ଅଭ୍ୟାସ। ଏହାଦ୍ୱାରା ସ୍ବାଦିଷ୍ଟ ଘର ତିଆରି ଖାଦ୍ୟ ଖାଇବାକୁ ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହେ। ଆମେ ନିଜ ସାମର୍ଥ୍ୟ ଅନୁଯାୟୀ ଆଖପାଖର ଗରିବ, ଅସହାୟ ଲୋକଙ୍କୁ ଖାଦ୍ୟ, ପୋଷାକ ଆଦି ଦେଇପାରିବା। ଆମ ପାଇଁ କାମ କରୁଥିବା ଘରୋଇ ସହାୟକ, ମାଳୀ, କ୍ଷୀରବାଲା, ଖବରକାଗଜ ହକର, ସ୍କୁଲ ଭ୍ୟାନ ଚାଳକ ବା ଅନ୍ୟ କାହାର ଯଦି ସ୍ବାସ୍ଥ୍ୟଗତ ବା ଅନ୍ୟ କୌଣସି କାରଣରୁ କିଛି ଆର୍ଥିକ ଆବଶ୍ୟକତା ପଡ଼ିଲା ତା’ହେଲେ ଶକ୍ତି ଅନୁଯାୟୀ ସହାୟତା କରିପାରିବା।
ଆମ ଆଖପାଖରେ ବ୍ୟବସାୟ କରି ପେଟ ପୋଷୁଥିବା ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳିଙ୍କୁ ସହାୟତା କରିବା ଆମର ଦାୟିତ୍ୱ। କରୋନା ସମୟରେ ସେମାନେ ବି ଆର୍ଥିକ ଦୃଷ୍ଟିରୁ ବେଶ୍ ପ୍ରଭାବିତ ହୋଇଛନ୍ତି। ଗୋଟିଏ ପଟେ ସେମାନଙ୍କ ବିକ୍ରି ହ୍ରାସ ପାଇଥିଲା ବେଳେ ଦରଦାମ ଆକାଶଛୁଅଁା ହୋଇଛି। ତେଣୁ ସେମାନେ କେମିତି ନିଜ ପରିବାରକୁ ତିନିଓଳି ଖାଇବାକୁ ଦେଇପାରିବେ ସେ କଥା ଆମେ ଚିନ୍ତା କରିବା ଦରକାର। ଆମ ବଳକା ସମୟର ସିଂହଭାଗ ମୋବାଇଲ ଫୋନକୁ ଯାଉଛି ଏହା କେହି ଅସ୍ବୀକାର କରିପାରିବେ ନାହିଁ। ମୋବାଇଲ ନିଶାରୁ ଯେ ଯେତିକି ଦୂରରେ ରହିବ ସେ ଅନ୍ୟ ଭଲ କାର୍ଯ୍ୟ କରିବାକୁ ସେତେ ଅଧିକ ସମୟ ପାଇବ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଲୁକ୍କାୟିତ ପ୍ରତିଭା ରହିଛି, ଯାହା ଆମେ କାମର ଚାପରେ ଏକ ପ୍ରକାର ପାସୋରି ଦେଇଛୁ। ଏହାକୁ ପୁନଃ ଆବିଷ୍କାର କରିବାର ଉପଯୁକ୍ତ ସୁଯୋଗ ଆଣି ଦେଇଛି କରୋନା। କିଏ ଭଲ କବିତା ଲେଖେ ତ କିଏ ଚିତ୍ର ଆଙ୍କେ। କିଏ ଭଲ ରୋଷେଇ କରେ ତ କିଏ ପୁଣି ନାଚ, ଗୀତ, ବାଦ୍ୟ ଓ ଅଭିନୟ ଆଦିରେ ରୁଚି ରଖେ। କାହାର ପସନ୍ଦ ଚେସ ଖେଳ ତ କିଏ ବହି ପଢ଼ିବାକୁ ଭଲ ପାଏ। ନିଜ ପିଲାଙ୍କ ସହ ପିଲା ହୋଇ ଖେଳିବାକୁ ତ ସମସ୍ତଙ୍କୁ ଭଲ ଲାଗେ। ମୋବାଇଲ ଫୋନ୍ରୁ ଦୂରରେ ରହି କିଛି ସମୟ ଏଥିପାଇଁ ଦେଲେ ଅସୁବିଧା କ’ଣ?
୪ଜି ପ୍ରତାପ ଆପାର୍ଟମେଣ୍ଟ,
୭ ଏକ୍ସଟେନସନ ରୋଡ୍, ପୁରୁଣା ସୋନାରୀ, ଜାମସେଦପୁର,
ମୋ:୭୪୮୮୯୯୮୫୩୨
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.