ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ) ଜାରି କରୁଛି। ଏହି ଅନନ୍ୟ ପଦକ୍ଷେପ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣୀୟ କରିବ। ବିଭାଗ ପକ୍ଷରୁ ସାରା ଦେଶରେ ଏହାର ୮୧୦ ପ୍ରଧାନ ଡାକଘର ମାଧ୍ୟମରେ ଏକ ଚିତ୍ରିତ ରେଖାଙ୍କନ ସହିତ ଏକ ବିଶେଷ ରଦ୍ଦକରଣ ପ୍ରଦାନ କରିବ। ଏପ୍ରକାର ସର୍ବବୃହତ୍ ଏକକାଳୀନ ଡାକଟିକଟ ସଂଗ୍ରହ ସ୍ମୃତିଚାରଣ ମଧ୍ୟରେ ଏହା ପରିଗଣିତ ହେବାକୁ ଯାଉଛି। ଭୁବନେଶ୍ୱର ଜିପିଓ ଏବଂ ଖୋର୍ଦ୍ଧା ପ୍ରଧାନ ଡାକଘର ଆନୁକୂଲ୍ୟରେ ଡାକଟିକଟ ସଂଗ୍ରହର ଏକ ବ୍ୟାପକ ଆଦୃତି ରହିଛି। ଏହି ଅଫିସ ମାଧ୍ୟମରେ ୯୯୩ ସଂଖ୍ୟକ ଫିଲାଟେଲିକ ଜମାଖାତା ଖୋଲାଯାଇଛି। ଭୁବନେଶ୍ୱର ଜିପିଓ ଏବଂ ଖୋର୍ଦ୍ଧା ପ୍ରଧାନ ଡାକଘରେ ଏକ ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ। ଓଡିଶା ଡାକ ପରିମଣ୍ଡଳର ନିର୍ଦ୍ଦେଶକ (ମୁଖ୍ୟାଳୟ) ଆଦିତ୍ୟ କୁମାର ନାୟକ ଏହାକୁ ଉନ୍ମୋଚନ କରିବେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ଭୁବନେଶ୍ୱର ଜିପିଓର ବରିଷ୍ଠ ଡାକପାଳ ଜୁମ୍ବେଲ ମୁଣ୍ଡା ଉପସ୍ଥିତ ରହିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.