ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଜାପାନର ଟୋକିଓରେ ପାରାଅଲିମ୍ପିକ୍ସ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ବ୍ୟତୀତ ଅନ୍ୟତମ ଦୁଇ ଭାରତୀୟ ତରୁଣ ତରୁଣ ଏବଂ ନାଗର କ୍ରିଷ୍ଣା ମଧ୍ୟ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇଥିବା ଜଣାଯାଇଛି। ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୩ (ଏମଏସ ଏସ୍ଏଲ୍ ୩), ତରୁଣ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୪ (ଏମ୍ଏସ୍ ଏସ୍ଏଲ୍ ୪) ଏବଂ କ୍ରିଷ୍ଣା ପୁରୁଷ ସିଙ୍ଗଲ୍ସ ଶର୍ଟ ଷ୍ଟାଟୁରେ ୬ (ଏମ୍ଏସ୍ ଏସ୍ଏଚ୍ ୬) ପ୍ରତିଯୋଗୀଭାବେ ଆଗାମୀ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।
ବିଶ୍ୱ ବ୍ୟାଡ୍ମିଣ୍ଟନ ଫେଡେରେଶନ ପକ୍ଷରୁ ଆମନ୍ତ୍ରଣ ପାଇବାପରେ ପ୍ରମୋଦଙ୍କ ଖୁସି କହିଲେ ନ ସରେ। ”ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପ୍ରତି ଆଥଲେଟ୍ଙ୍କର ସ୍ବପ୍ନ, ଏହା ମୋ ପାଇଁ ମଧ୍ୟ ସମାନ। ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ମୋର ସ୍ବପ୍ନ ରହିଛି। ଏହା ଉପରେ ମୁଁ ଫୋକସ କରି କଷ୍ଟସାଧ୍ୟ ଟ୍ରେନିଂ କରିବି“ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରମୋଦ। ପ୍ରକାଶ ଯୋଗ୍ୟ ଯେ, ପାରାଲିମ୍ପିକ୍ସରେ ପ୍ରଥମଥରପାଇଁ ବ୍ୟାଡ୍ମିଣ୍ଟନକୁ ସାମିଲ କରାଯାଇଛି। ନିକଟରେ ଶେଷ ହୋଇଥିବା ଦୁବାଇ ପାରାବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ପ୍ରମୋଦ ୨ ସ୍ବର୍ଣ୍ଣ ଏବଂ ୧ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବରଗଡ଼ ଜିଲା ଅତିବିରାଠାରେ ପ୍ରମୋଦ ୧୯୮୮ ଜୁନ ୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ହେଉଛନ୍ତି କୁସୁମ ଦେବୀ ଏବଂ ବାପା କୈଳାସ ଭଗତ। ଏପର୍ଯ୍ୟନ୍ତ କ୍ୟାରିୟରରେ ସେ ୪୮ଟି ଜାତୀୟ ଓ ୫୩ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୨୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୫ ବ୍ରୋଞ୍ଜ ସାମିଲ। ୨୦୧୯ରେ କ୍ୟାରିୟର ଶ୍ରେଷ୍ଠ ୨୧ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ପ୍ରମୋଦ ୨୦୨୦ ଓ ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଯୋଗୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରି ନାହାନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ୨୦୧୯ରେ ସେ ରାଜ୍ୟର ସର୍ବଶ୍ରେଷ୍ଠ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ଭାରତ ସରକାରଙ୍କଠାରୁ ଅର୍ଜୁନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ୪୦୦ ମିଟର ଧାବିକା ଓଡ଼ିଶାର ଜୟନ୍ତି ବେହେରା ପୂର୍ବରୁ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.