ଓ୍ବାଶିଂଟନ,୨୪ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ୨୦୧୮ରେ ଜଣେ କଲ୍ଗର୍ଲଙ୍କ ସହିତ ହୋଟେଲରେ ରାତି କଟାଇଥିଲେ। ଯାହାକି ତାଙ୍କ ପିତା ଜୋ-ବାଇଡେନଙ୍କ ଉପରେ ପ୍ରଭାବ ପଡ଼ିଛି। ୨୦୧୮ରେ ଚେଟୋ ମାରମୋଣ୍ଟ ହୋଟେଲରେ ଜଣେ କଲ୍ଗର୍ଲଙ୍କ ସହ ବିତାଇଥିବା ରାତି ପାଇଁ ତାଙ୍କ ପିତାଙ୍କ ଆକାଉଣ୍ଟରୁ ପେମେଣ୍ଟ କରିଥିଲେ।
ହଣ୍ଟରଙ୍କ ଲାପ୍ଟପରେ ମେସେଜ, ଫଟୋ ଏବଂ ଅର୍ଥ ଲେଣଦେଣ ସମ୍ପର୍କରେ କିଛି ତଥ୍ୟ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଲାପଟପକୁ ହଣ୍ଟର ଏକ ଡାଏରୀ ପରି ବ୍ୟବହାର କରୁଥିଲେ। ଏହି ଲାପଟପରେ ଇମେଲ, କଥାବାର୍ତ୍ତା, ଅର୍ଥ ରେକର୍ଡ ଏବଂ ନିଜର କିଛି ସେଲ୍ଫି ଥିଲା। ଗୋଟିଏ ବର୍ଷ ପରେ ଏହି ଲାପ୍ଟପକୁ ମରାମତି କରିବା ପାଇଁ ଏକ ଦୋକାନରେ ଦେଇଥିଲେ। ଯାହା ପରେ ସେ ଏହାକୁ ଭୁଲି ଯାଇଥିଲେ। ତାହାର ତଥ୍ୟ ସବୁ ଲିକ୍ ହୋଇଯାଇଥିବା ଜଣାପଡ଼ିଛି।
୨୦୧୮ରେ ହଣ୍ଟର ଜଣେ କଲ୍ଗର୍ଲଙ୍କ ସହ ହୋଟେଲରେ ସମୟ କାଟିଥିଲେ। ଯାହାଙ୍କ ନାମ ଥିଲା ୟାନା। ଏବେ ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତି ହଣ୍ଟର ପିତା ବାଇଡେନଙ୍କ ଆକାଉଣ୍ଟରୁ ୨୫ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୮ ଲକ୍ଷ ଟଙ୍କା ଦେଇଥିଲେ। ଯାହାର ସ୍କ୍ରିନ୍ଶଟ୍ ମିଳିଛି। ହଣ୍ଟର ରୁଷିଆ ମହିଳାଙ୍କୁ ନିଜର ନାମ ରୋବ୍ ବୋଲି କହିଥିଲେ। ମେସେଜରେ ଲେଖାଥିଲା, ହାଏ, ମୋ’ ନାଁ ରୋବ୍। ମୁଁ ଚେଟୋ ମାରମୋଣ୍ଟରେ ରହୁଛି। ‘କ’ଣ ତୁମେ ଏବେ ମିଳିପାରିବ ତ?
ପରେ ଦୁଇଜଣ ଏହି ହୋଟେଲରେ ଏକାଠି ରହିଥିଲେ। ମଦ ପିଇଥିଲେ। ଆଉ ଅଶ୍ଳୀଳ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.