ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ୧୫ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ, ଦେଶର ଜଣେ ରାଷ୍ଟ୍ରପତି ରେଳରେ ଯାତ୍ରା କରିବେ। ତେବେ ଉତ୍ତରପ୍ରଦେଶ ଗସ୍ତ ସମୟରେ ସେ ପୁରୁଣା ସାଙ୍ଗ, ସ୍କୁଲ ସହପାଠୀ ଓ ସମ୍ପର୍କୀୟଙ୍କ ସହ ଭେଟିବେ ବୋଲି ସୂଚନା ରହିଛି। ଅନ୍ୟପଟେ ରାଷ୍ଟ୍ରପତି ପହଞ୍ଚିବାର ୧ଘଣ୍ଟା ପୂର୍ବରୁ ଓ ୧ଘଣ୍ଟା ପରେ କାନପୁର ସେଣ୍ଟ୍ରାଲର ୪ଟି ପ୍ଲାଟଫର୍ମର ଯାତାୟତ ବନ୍ଦ ରହିବ। ଏନେଇ ରାଷ୍ଟ୍ରପତି ଭବନରୁ ଜାରି ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହ କୁହାଯାଇଛି ଯେ, ରାଷ୍ଟ୍ରପତି କୋବିନ୍ଦ ଜନ୍ମସ୍ଥାନକୁ ପୂର୍ବରୁ ହିଁ ଯିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଜୁନ ୨୫ରେ କୋବିନ୍ଦ ଏକ ସ୍ବତନ୍ତ୍ର ଟ୍ରେନ୍ରେ ଦିଲ୍ଲୀ ସଫଦରଗଞ୍ଜରୁ ଗସ୍ତ କରିବେ ଏବଂ ସନ୍ଧ୍ୟାରେ କାନପୁର ପହଞ୍ଚିବେ। ଏହି ସ୍ବତନ୍ତ୍ର ଟ୍ରେନ୍ର ୨ଟି ଷ୍ଟପେଜ୍ ରହିବ। ପ୍ରଥମଟି ହେଉଛି ଝିନ୍ଝକ୍ ଓ ଦ୍ୱିତୀୟଟି କାନପୁର ଗ୍ରାମାଞ୍ଚଳର ରୁରାରେ। ଯେଉଁଠାରେ ରାଷ୍ଟ୍ରପତି ନିଜ ପୁରୁଣା ସମ୍ପର୍କୀୟଙ୍କୁ ଭେଟିବେ। ଏହି ୨ଟି ଷ୍ଟପେଜ୍କୁ ତାଙ୍କ ଗାଁ ପରୋଖ ନିକଟରେ ରଖାଯାଇଛି। ସୁଚନା ମୁତାବକ ରାଷ୍ଟ୍ରପତି କୋବିନ୍ଦ ଜୁନ ୨୫ ସନ୍ଧ୍ୟାରେ କାନପୁର ପହଞ୍ଚିବେ ଏବଂ ଜୁନ ୨୭ରେ ଗାଁର ୨ଟି ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବେ। ଜୁନ ୨୮ରେ କୋବିନ୍ଦ କାନପୁର ସେଣ୍ଟ୍ରାଲରୁ ଏହି ସ୍ବତନ୍ତ୍ର ଟ୍ରେନ୍ରେ ଲକ୍ଷ୍ନୌକୁ ୨ଦିନିଆ ଗସ୍ତ କରିବେ। ଏହାପରେ ଜୁନ ୨୯ରେ ସେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ ବୋଲି ସୂଚନା ଦିଆଯାଇଛି। ଏହି ଟ୍ରେନ୍ରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସେଲୁନ ରହିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି। ଏହି ଟ୍ରେନ୍ ପାଇଁ ଟ୍ରାଏଲ୍ ମଧ୍ୟ ଶେଷ ହୋଇଛି। ଏହାପୂର୍ବରୁ ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍ରେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରା କରିଥିଲେ। ସେଠାରେ ସେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍ ପରେଡରେ ସାମିଲ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.