ଷ୍ଟକ୍ହୋମ୍, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ ଦଳ ସହଯୋଗରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟିର ଷ୍ଟିଫାନ ମେଣ୍ଟ ସରକାର ଗଢ଼ିଥିଲେ। ସହରଗୁଡ଼ିକରେ ନିର୍ମାଣ ହେଉଥିବା ବିଲ୍ଡିଂ, ଆପାର୍ଟମେଣ୍ଟ ଆଦିରୁ ନିୟନ୍ତ୍ରଣ ହଟାଇବା ପାଇଁ ସରକାର ଯୋଜନା କରିଥିବାବେଳେ ବାମ ଦଳ ଏହାର ବିରୋଧ କରି ଗତ ସପ୍ତାହରେ ମେଣ୍ଟରୁ ଓହରିଯାଇଥିଲା। ଷ୍ଟିଫାନଙ୍କୁ ସପ୍ତାହେ ମଧ୍ୟରେ ଇସ୍ତଫା ଦେଇ ନିର୍ବାଚନ କରାଇବା କିମ୍ବା ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ସୁଇଡେନ ପାର୍ଲାମେଣ୍ଟ ସମୟ ଦେଇଥିଲା। ଭୋଟିଂ ବେଳେ ୩୪୯ ଏମ୍ପିଙ୍କ ମଧ୍ୟରୁ ୧୮୧ ଜଣ ଅନାସ୍ଥା ସପକ୍ଷରେ ମତ ରଖିଥିଲେ। ଫଳରେ ଗ୍ରୀନ ପାର୍ଟି ସହ ଷ୍ଟିଫାନଙ୍କ ସରକାର ସଂଖ୍ୟାଲଘୁ ହୋଇଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.