ମନଇଚ୍ଛା ଦର ନେଉଛନ୍ତି ଘରୋଇ ଆମ୍ବୁଲାନ୍ସ

ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା ୩୦ ଟଙ୍କା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଆମ୍ବୁଲାନ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ ଥାଏ, ତା’ର ୧୦ କି.ମି. ମଧ୍ୟରେ ଦର ୩ହଜାର ଓ ୧୦କି.ମି.ରୁ ଅଧିକ ହେଲେ କି.ମି. ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସରକାରୀ ଗାଇଡଲାଇନ୍‌। ମାତ୍ର ଘରୋଇ ସଂସ୍ଥାର ଆମ୍ବୁଲାନ୍ସଗୁଡ଼ିକ କରୋନା ମହାମାରୀ ସ୍ଥିତିରେ ଏହି ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟିବାରେ ଲାଗିଛନ୍ତି। ପୂର୍ବଭଳି ବର୍ତ୍ତମାନ ସମୟରେ ଆବଶ୍ୟକ ସଂଖ୍ୟକ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ହେଉ ନାହିଁ। ଫଳରେ ବେସରକାରୀ ଆମ୍ବୁଲାନ୍ସର ମାଲିକମାନେ ଏହାର ଫାଇଦା ଉଠାଉଛନ୍ତି। ପୁରୀରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ବେସରକାରୀ ଆମ୍ବୁଲାନ୍ସରେ ନେବାକୁ ହେଲେ ୬ରୁ ୭ହଜାର ଟଙ୍କା ଦେବାକୁ ପଡ଼ୁଛି। ଜରୁରିକାଳୀନସ୍ଥିତିରେ ଏହି ଦର ଆହୁରି ବଢ଼ିଯାଉଛି। ସାଧାରଣ ଲୋକେ ବ୍ୟସ୍ତବିବ୍ରତ ହୋଇ ଅଧିକ ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି। ପୁରୀ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲର ଦୂରତା ପ୍ରାୟ ୮୦କି.ମି. ହୋଇଥିବାବେଳେ ସରକାରୀ ମୂଲ୍ୟ ଅନୁଯାୟୀ ଦର ୩ହଜାର ଟଙ୍କା ହେବା କଥା। ମାତ୍ର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ୫ରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ପୁରୀ ତାଳବଣିଆ ବାସିନ୍ଦା ନୟନ ବରାଳ କହିଛନ୍ତି, କିଛିଦିନ ତଳେ ତାଙ୍କ ବଡ଼ ପୁଅଙ୍କର ଦୁର୍ଘଟଣା ଘଟିବାରୁ ଜରୁରିକାଳୀନ ସ୍ଥିତିରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପୁରୀରୁ ସମ୍ପୃକ୍ତ ହସ୍ପିଟାଲ୍‌ର ଦୂରତା ୬୦ କି.ମି.ରୁ ମଧ୍ୟ କମ୍‌ ହେବ। ମାତ୍ର ଏକ ବେସରକାରୀ ଆମ୍ବୁଲାନ୍ସ ସଂସ୍ଥା ଭଡ଼ା ବାବଦକୁ ତାଙ୍କଠାରୁ ୩ ହଜାର ୫ଶହ ଟଙ୍କା ନେଇଛି। ପୁଅ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ସେ ଯୁକ୍ତି ନ କରି ଭଡ଼ା ପଇଠ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଚାର ଅଭାବରୁ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭଡ଼ା ବିଷୟରେ ଜାଣିପାରୁନାହାନ୍ତି। ସେହିଭଳି ଆଉ ଏକ ବଡ଼ ସମସ୍ୟା ହେଉଛି ଘରୋଇ ଆମ୍ବୁଲାନ୍ସ ଅଧିକ ଦର ନେଲେ କାହା ପାଖରେ ଅଭିଯୋଗ କରାଯିବ ସେନେଇ ଲୋକେ ଜାଣିପାରୁନାହାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ସରକାରୀ ଆମ୍ବୁଲାନ୍ସ ଏକ ନିର୍ଦ୍ଦିଷ୍ଟ ଦରରେ କାର୍ଯ୍ୟ କରେ। କିଲୋମିଟର ପିଛା ୭ଟଙ୍କା ନିଆଯାଏ। ତେବେ ବେସରକାରୀ ଆମ୍ବୁଲାନ୍ସ ଅଧିକ ଦର ନେଲେ ସେସବୁ ଅଭିଯୋଗର ତର୍ଜମା କିମ୍ବା କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଆମର ନୁହେଁ। ଅନ୍ୟପକ୍ଷରେ ସାମାଜିକ କର୍ମୀ ବିଶ୍ୱଜିତ୍‌ ମହାନ୍ତି ମତ ରଖି କହିଛନ୍ତି, ବେସରକାରୀ ଆମ୍ବୁଲାନ୍ସ ମାଲିକଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ପୋଲିସ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରିପାରିବ। ଉକ୍ତ ନମ୍ବରରେ କଲ୍‌ କରି ଲୋକେ ଅଧିକ ଦର ମାଗୁଥିବା ବେସରକାରୀ ଆମ୍ବୁଲାନ୍ସ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ନୋଏଡ଼ା ପୋଲିସ ଗତ ଏପ୍ରିଲଠାରୁ ଏଭଳି କରି ସହରବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.