ବେଜିଂ, ୭ା୬: ପୂର୍ବ ଲଦାଖ ସୀମାରେ ଭାରତ ବିପକ୍ଷରେ ଗତ ବର୍ଷ ଏପ୍ରିଲ-ମେ’ଠାରୁ ଚାଇନା ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ସେଠାକାର ଭୀଷଣ ଥଣ୍ଡା ଜଳବାୟୁରେ ସେମାନେ ଖାପଖୁଆଇବା କଷ୍ଟକର ହୋଇଛି। ଫଳରେ ଚାଇନା ବାଧ୍ୟ ହୋଇ ବର୍ଷକରେ ପ୍ରାୟ ୯୦ ପ୍ରତିଶତ ସୈନ୍ୟଙ୍କୁ ସେଠାରୁ ଅଦଳବଦଳ କରିଛି। ତିବ୍ବତ ଅଟୋନମସ୍ ରିଜିଅନ ବାହାରୁ ଏବଂ ଅନ୍ୟ ଅଞ୍ଚଳରୁ ଚାଇନା ନୂଆ ସୈନ୍ୟବାହିନୀ ଆଣିଥିଲା। ରିପୋର୍ଟ ମୁତାବକ, ଗତବର୍ଷ ଭୀଷଣ ଥଣ୍ଡା ପରିବେଶକୁ ସହ୍ୟ କରି ନ ପାରି ଅନେକ ଚାଇନା ସୈନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଚାଇନା ସୈନ୍ୟ ପୂର୍ବ ଲଦାଖ ନିକଟରେ ଜଗି ରହିବା ନିମନ୍ତେ ବିଶେଷ ତାଲିମ ନେଉଥିବା ଜଣାପଡ଼ିଛି।
ମଧ୍ୟ ପ୍ରତିବର୍ଷ ସେଠାରେ ଯବାନଙ୍କ ଅଦଳବଦଳ କରାଇଥାଏ। କିନ୍ତୁ ଏହି ପାର୍ବତ୍ୟାଞ୍ଚଳରେ କାର୍ଯ୍ୟକାଳ ସମୟ ୨ ବର୍ଷ ସ୍ଥିର ଥିବାରୁ ଅଦଳବଦଳ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ମଧ୍ୟରେ ରହିଥାଏ। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ହାଇ ଅଲ୍ଟିଟ୍ୟୁଡ୍ରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ଯୋଗୁ ଚାଇନା ବିପକ୍ଷରେ ପୂର୍ବ ଲଦାଖ ସେକ୍ଟରରେ ମୁତୟନ ହେବାରେ ସେତେମାତ୍ରାରେ ସମସ୍ୟା ଉପୁଜି ନ ଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.