Categories: ବାଣିଜ୍ୟ

ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା

ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ ପରିବାଠାରୁ ଆରମ୍ଭକରି ସାଧାରଣ ଜୀବନରେ ଆବଶ୍ୟକ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବଜାର ବିଶେଷଜ୍ଞଙ୍କ କହିବା କଥା, ୨୦୧୯-୨୦ ଆର୍ଥିକ ବର୍ଷରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୭୩ ଏବଂ ୬୭ ଟଙ୍କାରେ ବିକ୍ରି ହେଉଥିଲା। ଗତ ଦୁଇ ବର୍ଷରେ ତୈଳ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି। ୨୦୧୯-୨୦ରୁ ୨୦୨୦-୨୧ ମଧ୍ୟରେ ପେଟ୍ରୋଲ ପ୍ରାୟ ୧୮ ଟଙ୍କା ବଢ଼ିଥିବା ବେଳେ ଡିଜେଲ ୧୪ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୧-୨୨ର ଅଦ୍ୟାବଧି ସମୟ ମଧ୍ୟରେ ପେଟ୍ରୋଲ ଉପରେ ଅତିରିକ୍ତ ୬ ଟଙ୍କା ବଢ଼ି ୨୪ ଟଙ୍କାରେ ଏବଂ ଡିଜେଲରେ ୭ ଟଙ୍କା ବୃଦ୍ଧିହୋଇ ୨୧ ଟଙ୍କାରେ ପହଞ୍ଚତ୍ଛି। ଫଳରେ କରୋନା ମହାମାରୀ ଭଳି ମାନ୍ଦାବସ୍ଥାରେ ଖାଉଟିଙ୍କ ପକେଟ ଉପରେ ଭାରି ପଡୁଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଦେଶରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ବଜାରରେ ପନିପରିବା ଦରଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଅଁା ହୋଇଛି, ଯାହା ଜଣେ ଗରିବ ଓ ମଧ୍ୟବିତ୍ତଙ୍କ ପକ୍ଷେ ଅସମ୍ଭବ ବୋଲି କୁହାଯାଇଛି। ଚଳିତବର୍ଷ ମେ ୪ରୁ ଅଦ୍ୟାବଧି ୨୬ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘଟିଲାଣି। ଫଳରେ ଟ୍ରାନ୍ସପୋର୍ଟରେ ଆସୁଥିବା ପନିପରିବା, ଫଳ ଓ ଅନ୍ୟ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି।
ରାଜ୍ୟରେ ୨୦୨୦-୨୧ରେ ଯେଉଁସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ୧୦୦ରୁ ଊର୍ଦ୍ଧ୍ୱ କିମ୍ବା ୧୦୦ ନିକଟବର୍ତ୍ତୀରେ ବିକ୍ରି କରାଯାଉଥିଲା, ବର୍ତ୍ତମାନ ସମୟରେ ସେସବୁ ୧୭୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାର ପ୍ରମୁଖ କାରଣ ହେଉଛି ଇନ୍ଧନ ଦର ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ପରିମାଣ ବୃଦ୍ଧି ସହ ଉପତ୍ାଦନ ହ୍ରାସ ପାଉଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେହିଭଳି ଯେଉଁସବୁ ପନିପରିବା ବାହାର ରାଜ୍ୟରୁ ଆମଦାନୀ ହେଉଛି ତା’ର ଦର ମଧ୍ୟ ଅନେକାଂଶରେ ବୃଦ୍ଧି ପାଇଛି। ଇନ୍ଧନର ଦର ବୃଦ୍ଧି ଯୋଗୁ ପରିବହନ ଭଡ଼ା ବୃଦ୍ଧି ପାଇଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ପରିବର୍ତ୍ତନ ହେଉଛି। ଆଳୁ, ପିଆଜ, ତେଲ,ମସଲା ଆଦି ବାହାର ରାଜ୍ୟରୁ ଆସୁଥିବାରୁ ସେ ସବୁର ଦର ଆକାଶଛୁଆଁ ହେଉଛି। ଭୁବନେଶ୍ୱରର ବିଭିନ୍ନ ପରିବାହାଟରେ ପରିବା ଦର ଉପରମୁହଁା ରହିଥିବା ବେଳେ ମସଲା ଓ ତୈଳ ଜାତୀୟ ସାମଗ୍ରୀ ଦର ସର୍ବାଧିକ ରହୁଛି ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.